କେନ୍ଦ୍ର ସରକାରଙ୍କ କରୋନା ପ୍ୟାକେଜ
କରୋନା ପାଇଁ ବଡ ଘୋଷଣା କଲେ କେନ୍ଦ୍ର ସରକାର I ଏକ ଲକ୍ଷ ସତୁରୀ ହଜାର କୋଟି ଟଙ୍କାର ଏହି ଯୋଜନାର ନାଁ ଦିଆଯାଇଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା I ଯ଼ୋଜନା ସଂପର୍କରେ ସବଚନା ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ସ୍ବାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସବୁ କର୍ମଚାରୀ ଜଣେ ଜଣେ କୋଭିଡ ଯୋଦ୍ଧା I ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ପଚାଶ ଲକ୍ଷ ଟଙ୍କାର ବୀମା ସହାୟତା ଘୋଷଣା କରାଯାଇଛି I ସେହିପରି ଗରିବ ଲୋକଙ୍କୁ ପ୍ରତିମାସରେ ମାଗଣାରେ ଚାଉଳ, ଗହମ ଓ ଡାଲି ଯୋଗାଇଦେବାକୁ କୁହାଯାଇଛି I ପରିବାରର ମୁଣ୍ଡ ପିଚ୍ଛା ମାସକୁ 5 କେଜି ଚାଉଳ/ଗହମ ଓ ଏକ କେଜି ଡାଲି ଯୋଗାଇଦେବାକୁ ଘୋଷଣା କରାଯାଇଛି I ଏହି ଯୋଜନାରେ ଦେଶର 80 କୋଟି ଲୋକ ଉପକୃତ ହେବେ ବୋଲି କୁହାଯାଇଛି I ଚାଷୀଙ୍କୁ ମାସିକ ଦୁଇ ହଜାର ଟଙ୍କା ଏବଂ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମଙ୍କୁ ଏକ ହଜାର ଏବଂ ଜନଧନ ଯୋଜନାରେ ଖାତା ଖୋଲିଥିବା ହିତାଧିକାରୀଙ୍କୁ ପାଞ୍ଚଶହ ଟଙ୍କା ଲେଖାଏଁ ମିଳିବ I ସଂଗଠିତ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କ ପୁରା ଇପିଏଫ ଟଙ୍କା କେନ୍ଦ୍ର ସରକାର ଦେବେ. I