ଧୀରେ ଧୀରେ ଭାରତରେ କାୟା ବିସ୍ତାର କରୁଛି କରୋନା I ମାର୍ଚ୍ଚ 31 ତାରିଖ ସକାଳ ରିପୋର୍ଟ ଅନୁସାରେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 1251 କୁ ବୃଦ୍ଧି ପାଇଛି I ସେହିପରି କରୋନାଜନିତ ମୃତ୍ୟୁସଂଖ୍ୟା 32କୁ ବୃଦ୍ଧି ପାଇଛି I ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି, ଗୋଟିଏ ଦିନ ବ୍ୟବଧାନରେ ଭାରତରେ 227 ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ କେବଳ ନୂଆଦିଲ୍ଲୀରେ 25 ଜଣ ଅଛନ୍ତି I ମାର୍ଚ୍ଚ 1ରୁ 15 ତାରିଖ ଯ଼ାଏଁ ଦିଲ୍ଲୀ ନିଜାମୁଦ୍ଦିନ ଅଂଚଳରେ ଏକ ମସଜିଦରେ ହେଉଥିବା ତାବ୍ଲିକ ଜମାତ ସମ୍ମିଳନୀରେ ଇଣ୍ଡୋନେସିଆ, ଥାଇଲାଣ୍ଡ ଓ ମାଲେସିଆ ସମେତ 16ଟି ଦେଶରୁ ଇସଲାମ ସଂପ୍ରଦାୟର ପ୍ରାୟ ଦୁଇ ହଜାର ଲୋକ ସାମିଲ ହୋଇଥିଲେ I ଏହି ଧାର୍ମିକ ସଭାରେ ଯୋଗଦେଇଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ତିନିଶହ ଲୋକଙ୍କ ପାଖରେ କରୋନା ସଂକ୍ରମଣର ଲକ୍ଷଣ ଦେଖାଯାଇଥିବା ବେଳେ 24 ଜଣଙ୍କର ପଜିଟିଭ ବାହାରିଛି I ଏହି ଧାର୍ମିକ ସମ୍ମିଳନୀରେ ଯୋଗ ଦେଇ ଫେରିଥିବା 17 ଜଣ ତାମିଲ ମୁସଲିମ କରୋନାରେ ସଂକ୍ରମିତ ହୋଇଥିବା ତାମିଲନାଡୁ ସରକାର ସ୍ପଷ୍ଟ କରିଛନ୍ତି I ନିଜାମୁଦ୍ଦିନ ମସଜିଦର ଧାର୍ମିକ ସମ୍ମିଳନୀ ଏବେ ଦେଶ ପାଇଁ ଚିନ୍ତାର କାରଣ ହୋଇଛି I ଏହି ସମ୍ମିଳନୀରେ ଯୋଗଦେଇଥିବା ତିନିଶହ ବିଦେଶୀଙ୍କୁ ଭାରତ ସରକାର କଳା ତାଲିକାଭୁକ୍ତ କରିଛନ୍ତି I ତେବେ ଏହି ସମ୍ମିଳନୀରେ ଯୋଗଦେଇ ବିଭିନ୍ନ ରାଜ୍ୟକୁ ଫେରିଥିବା ଲୋକମାନେ ଅନ୍ୟମାନଙ୍କୁ ସଂକ୍ରମିତ କରିବାର ସମ୍ଭାବନା ବଢିଯାଇଛି I ଭାରତରେ ସଂକ୍ରମଣଙ୍କ ସଂଖ୍ୟା ଏକଶହରୁ ଏକ ହଜାର ହେବାକୁ ବାରଦିନ ଲାଗିଲା ଏବଂ ଏହା ଅନ୍ୟ ରାଷ୍ଟ୍ର ତୁଳନାରେ କମ୍ ବୋଲି କୁହାଯାଉଥିଲେ ହେଁ ଏବେ ବି ଅନେକ ସନ୍ଦିଗ୍ଧ ସଂକ୍ରମିତଙ୍କ ପରୀକ୍ଷା କରାଯାଇନାହିଁ I ଏହାହେଲେ ସଂକ୍ରମଣ ହାର ଆହୁରି ବଢିଯିବ I

LEAVE A REPLY

Please enter your comment!
Please enter your name here