ଇଏ ହେଉଛି ଭାରତ I ବିଚିତ୍ର ସ୍ଥିତି, ବିଚିତ୍ର ଶାସନ ବ୍ୟବସ୍ଥା I ଯେଉଁ ଭାରତୀୟମାନେ ବିଦେଶରେ ଥିଲେ, ଏବଂ କରୋନା ସଂକ୍ରମିତ ହୋଇଥିବାର ଆଶଙ୍କା ଥିଲା, ସେମାନଙ୍କୁ ତୁରନ୍ତୁ ବିମାନ ପଠେଇ ସରକାର ନିଜ ଦେଶକୁ ଫେରାଇ ଆଣିଲେ I ସେମାନଙ୍କୁ ଫେରାଇ ଆଣିବା ପରେ ଠିକଣା ଭାବେ କ୍ବାରେଣ୍ଟାଇନରେ ନ ରଖି ବିଭିନ୍ନ ରାଜ୍ୟକୁ ସେମାନଙ୍କୁ ଘରକୁ ଯିବା ପାଇଁ ଅନୁମତି ଦେଇଦେଲେ I ଫଳରେ ଦେଶବ୍ୟାପୀ କରୋନା ସଂକ୍ରମଣର ଭୟରେ ଏବେ ଲୋକେ ଥରୁଛନ୍ତି I ବିଦେଶରୁ କରୋନା ଭାଇରସକୁ ବିମାନ ପଠାଇ ଆଣିବା ପରେ ସରକାର ଜନତା କର୍ଫ୍ୟୁ ଏବଂ ତା ପରେ ଲକ୍ ଡାଉନ ଘୋଷଣା କଲେ I ଲକ୍ ଡାଉନ୍ ଘୋଷଣା ପରେ ଦେଶବ୍ୟାପୀ ଯେଉଁ ବିଚିତ୍ର ପରିସ୍ଥିତି ସୃଷ୍ଟି ହେଲା, ତାହା ସମସ୍ତେ ଜାଣନ୍ତି I ବିଶେଷକରି ଦାଦନ ଖଟିବାକୁ ନିଜ ଗାଁ ଛାଡି ବାହାର ରାଜ୍ୟକୁ ଯାଇଥିବା ଲକ୍ଷ ଲକ୍ଷ ଶ୍ରମିକ ଘରକୁ ଫେରିବା ସମ୍ଭବ ହେଲାନି I କେହି ରାସ୍ତାକଡରେ ଭୋକ ଉପାସରେ ରହିଲେ ତ ଆଉ କେହି ଚାଲି ଚାଲି ଘରକୁ ଫେରିବା ଆରମ୍ଭ କଲେ I ଏହି ଗରିବ, ଖଟିଖିଆ ଶ୍ରମିକଙ୍କୁ ଠିକଣା ଭାବେ ସେମାନଙ୍କ ଘରକୁ ପହଞ୍ଚାଇବା ବଦଳରେ ସେମାନଙ୍କ ଉପରକୁ ଗୋଟିଏ ଜିଲ୍ଲା ପ୍ରଶାସନ ବ୍ଲିଚିଂ ପାଣି ସ୍ପ୍ରେ କରିବା, ସରକାରଙ୍କ କରୋନା ମୁକାବିଲାର କୌଶଳକୁ ପଦାରେ ପକାଇ ଦେଇଛି I ଏମିତି ଘଟଣା ଘଟିଛି ଉତ୍ତର ପ୍ରଦେଶର ବରେଲୀରେ I ଖୋଦ ସରକାରୀ ପଦାଧିକାରୀମାନେ ଲୋକଙ୍କୁ ଆଖି ଓ ପାଟି ବନ୍ଦ କରିବାକୁ କହି ସେମାନଙ୍କ ଉପରକୁ ବ୍ଲିଚିଂ ପାଣି ସ୍ପ୍ରେ କରାଯାଇଥିଲା I ଏମାନଙ୍କ ଭିତରେ ବହୁ ଛୋଟ ପିଲା ବି ରହିଥିଲେ I ବ୍ଲିଚିଂ ପାଣି ସ୍ପ୍ରେ ପରେ ସେମାନଙ୍କ ଆଖି ପୋଡିବା ଆରମ୍ଭ ହୋଇଥିଲା I I

LEAVE A REPLY

Please enter your comment!
Please enter your name here