କରୋନା ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାର ଦୁଇଟି କୋଭିଡ 19 ହସପିଟାଲ ପ୍ରସ୍ତୁତ କରିଛନ୍ତି I ଭୁବନେଶ୍ବରରେ କିମ୍ସ ହସପିଟାଲରେ ପାଂଚଶହ ବେଡ୍ ପ୍ରସ୍ତୁତ ହୋଇଥିବା ବେଳେ କଟକ ଅଶ୍ବିନୀ ହସପିଟାଲରେ ଦେଢଶହ ବେଡ୍ ପ୍ରସ୍ତୁତ ହୋଇଛି I ଆଉ ତିନିଦିନ ଭିତରେ ଭୁବନେଶ୍ବର ସମ୍ ହସପିଟାଲରେ ବି ପାଂଚଶହ ବେଡ୍ ପ୍ରସ୍ତୁତ ହୋଇଯିବ I ଏହାହେଲେ ଓଡିଶାରେ କୋଭିଡ 19 ମୁକାବିଲା ପାଇଁ 1150 ବେଡ୍ ପ୍ରସ୍ତୁତ ରହିବ I କୋଭିଡ 19 ମୁକାବିଲା ପାଇଁ ସ୍ବତନ୍ତ୍ର ଡାକ୍ତରଖାନା ପ୍ରସ୍ତୁତ କରିବାରେ ଓଡିଶା ସରକାର ଦେଶରେ ପ୍ରଥମ I ଏହା ପୂର୍ବରୁ ଦେଶରେ ଏଭଳି ସ୍ବତନ୍ତ୍ର ହସପିଟାଲ କରାଯାଇନାହିଁ I ଅନ୍ୟପକ୍ଷରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ପାଞ୍ଚକୁ ବୃଦ୍ଧି ପାଇଥିବା ବେଳେ ନିଜାମୁଦ୍ଦିନ ଧର୍ମୀୟ ସମ୍ମିଳନୀରେ ଯୋଗଦେଇ ଫେରିଥିବା ବ୍ୟକ୍ତିଙ୍କୁ ବିଭିନ୍ନ ଜିଲ୍ଲା ପ୍ରଶାସନ ଖୋଜିବା ଆରମ୍ଭ କରିଛନ୍ତି I ଲକ୍ ଡାଉନ ନିୟମ ପାଳନକୁ କଡାକଡି କରିବା ଉପରେ ସରକାର ଗୁରୁତ୍ବ ଦେଇଛନ୍ତି I