କୁନି ପିଲାଟିଏ । ହେଲେ ପ୍ରତିଭା ପ୍ରଚଣ୍ଡ । ନିଜ ପାଟି ଓ ଛାତିରେ ହାତ ବାଡେଇ ଏକ ଚମକ୍ରାର ବାଦ୍ୟର ଝଙ୍କାର ସୃଷ୍ଟି କରୁଛନ୍ତି ଏହି ୧୨ ବର୍ଷିୟ ବାଳକ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଖଟଖଟିଆ ନୋଡାଲ ସ୍କୁଲରେ ସପ୍ତମ ଶ୍ରେଣୀରେ ପଢୁଛନ୍ତି ଜଗନ୍ନାଥ ନାୟକ । କିନ୍ତୁ ପାଠପଢା ସହ ଅତି ସୁନ୍ଦର ଭାବରେ ତାଳ ଓ ଲୟ ସହ ନିଜ ହାତ ଓ ପାଟିରେ ବାଜା ବଜେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସେ । ପ୍ରଥମେ ତାଙ୍କ ବାପାଙ୍କଠୁ ମୃଦଙ୍ଗ ବାଦ୍ୟ ଶୁଣି ହାତରେ ଅଭ୍ୟାସ କରୁଥିଲେ । ପରେ ସେଇ ବାଦ୍ୟ ଶୁଣି ସ୍କୁଲରେ ଶିକ୍ଷକମାନେ ତାଙ୍କୁ ଆହୁରି ଉତ୍ସାହିତ କରିଥିଲେ । ଫଳରେ ଧିରେ ଧିରେ ଏହା ତାଙ୍କ ଅଭ୍ୟାସରେ ପରିଣତ ହୋଇଥିବା ଜଗନ୍ନାଥ କୁହନ୍ତି । ପାଟି ଓ ହାତରେ ବାଜା ବଜାଉଥିବା ଜଗନ୍ନାଥଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସ୍କୁଲରେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେଇ ସେ ତାଙ୍କ ଅନନ୍ୟ ପ୍ରତିଭାର ପରିଚୟ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here