ନୂଆ ଗାଇଡ୍ ଲାଇନ୍ ଜାରି କଲେ କେନ୍ଦ୍ର ସରକାର । ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ଘୋଷଣା ପରେ ନୂଆ ଗାଇଡ୍ ଲାଇନ୍ ଜାରି କରାଯାଇଛି । ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡାଣ ବନ୍ଦ ରହିବ । ଟ୍ରେନରେ ଯାତ୍ରୀ ପରିବହନ ବନ୍ଦ । କିନ୍ତୁ ଜରୁରୀ ମାଲ ପରିବହନ ହେବ । ବସ୍‌ରେ ଯାତ୍ରୀ ପରିବହନ ମନା, ମେଟ୍ରୋ ରେଳ ସେବା ମଧ୍ୟ ବନ୍ଦ । ସମସ୍ତ ଶିକ୍ଷାନୁଷ୍ଠାନ, , ଟ୍ରେନିଂ, ରିସର୍ଚ୍ଚ ଓ କୋଚିଂ ସେଣ୍ଟର ବନ୍ଦ ରହିବ । ସବୁ ସିନେମା ହଲ, ମଲ୍‌, ଜିମନାସିୟମ , ସ୍ପୋର୍ଟସ କମ୍ଲେକ୍ସ , ସୁଇମିଂ ପୁଲ ବନ୍ଦ । ସମସ୍ତ ରାଜନୈତିକ, ସାମଜିକ , ଓ କ୍ରୀଡା କାର୍ଯ୍ୟକ୍ରମ ବନ୍ଦ ରହିବ । ସମସ୍ତ ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ରହିବ । ଧାର୍ମିକ ସ୍ଥଳକୁ ସର୍ବସାଧାରଣଙ୍କ ଦର୍ଶନ ଉପରେ ପ୍ରତିବନ୍ଧକ । ଶବ ସଂସ୍କାର ବେଳେ ୨୦ରୁ ଅଧିକ ବ୍ୟକ୍ତିଙ୍କ ସମାବେଶ ଉପରେ କଟକଣା । କରୋନା ହଟସ୍ପଟ ଅଞ୍ଚଳରେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ ନିର୍ଦ୍ଦେଶ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଗାଇଡ୍ ଲାଇନ୍ ମାନିବା ପରାମର୍ଶ । କଣ୍ଟେନମେଣ୍ଟ ଜୋନରେ ନିୟମ କଡାକଡି ପାଳନ ପାଇଁ ଗାଇଡ୍ ଲାଇନ୍ । କଣ୍ଟେନମେଣ୍ଟ ଜୋନରେ ଅତ୍ୟାବଶ୍ୟକ ସାମଗ୍ରୀ ପହଁଞ୍ଚାଇବାକୁ ନିର୍ଦ୍ଦେଶ । ସାମାଜିକ ଦୂରତ୍ୱ ରକ୍ଷା ସହ ସମସ୍ତଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।
ଲକ୍ ଡାଉନବେଳେ କଣ ଖୋଲା ରହିବ?
ଖୋଲା ରହିବ ସବୁ ରାସନ ସାମଗ୍ରୀ, ଫଳ ଓ ପନିପରିବା ଦୋକାନ ।
ଡାଏରୀ ମିଲ୍କ, ମାଛମାଂସ , ସାର/କୀଟନାଶକ ଦୋକାନ ଖୋଲା ରହିବ ।
ବ୍ୟାଙ୍କ ,ଇନସୁରାନ ଅଫିସ, ଏଟିଏମ ଖୋଲା
ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ସ ମିଡିଆ ଆଦି ଖୋଲା ରହିବ
ଟେଲି ଯୋଗାଯୋଗ, ଇଣ୍ଟରନେଟ୍ , ବ୍ରଡକ୍ରାଷ୍ଟିଂ ସେବା ଜାରି ରହିବ
ଖାଦ୍ୟ ଯୋଗାଣ, ଫାର୍ମାସିଟ୍ୟୁକାଲସ, ମେଡିକାଲ ସାମଗ୍ରୀର ଇ-କମର୍ସ ଚାଲିବ
ପେଟ୍ରୋଲ ପମ୍ପ, ଏଲପିଜି, ପେଟ୍ରୋଲିୟମ , ଖୁଚୁରା ଗ୍ୟାସ ସେବା ଚାଲିବ
ବିଦ୍ୟୁତ୍ ସରବରାହ , ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ହେବ
ଘରୋଇ ସିକ୍ୟୁରିଟି ସେବା ଉପରେ ପ୍ରତିବନ୍ଧକ ନାହିଁ

LEAVE A REPLY

Please enter your comment!
Please enter your name here