ଭୁବନେଶ୍ବରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି I ଲକ୍ ଡାଉନ ଓ ସଟ୍ ଡାଉନ୍ ସତ୍ତ୍ବେ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି I ଏପର୍ଯ୍ୟନ୍ତ ରାଜ୍ୟରେ 60 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ କେବଳ ଭୁବନେଶ୍ବରର 46 ଜଣ ରହିଛନ୍ତି I ସେଥିପାଇଁ ସରକାର ଭୁବନେଶ୍ବରକୁ ତିନୋଟି ଜୋନରେ ବିଭକ୍ତ କରି ଛ ଜଣ ବରିଷ୍ଠ ଆଇଏଏସ ଅଫିସରଙ୍କୁ ଦାୟିତ୍ବ ଦେଇଛନ୍ତି I ଭୁବନେଶ୍ୱର ଉତ୍ତର ଜୋନ୍‌ ଦାୟିତ୍ୱରେ ଏସ୍‌ସି/ଏସଟି ଉନ୍ନୟନ ସଚିବ ରଞ୍ଜନା ଚୋପ୍ରା ଓ ଶକ୍ତି ସଚିବ ବିଷ୍ଣୁପଦ ସେଠୀଙ୍କୁ ଦାୟିତ୍ବ ଦିଆଯାଇଥିବା ବେଳେ ଦକ୍ଷିଣ-ପଶ୍ଚିମ ଜୋନ୍‌ର ଦାୟିତ୍ୱ ଭାସ୍କର ଜ୍ୟୋତି ଶର୍ମା ଓ ଅର୍ଥ ସଚିବ ଅଶୋକ ମୀନାଙ୍କୁ ଦିଆଯାଇଛି । ଦକ୍ଷିଣ-ପୂର୍ବ ଜୋନ୍ ଦାୟିତ୍ୱ ଅବକାରୀ ସଚିବ ସୁଶୀଲ ଲୋହାନୀ ଓ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ରଙ୍କୁ ଦିଆଯାଇଛି। ଏହି ଅଧିକାରୀମାନେ କଣ୍ଟେନମେଣ୍ଟ ଦାୟିତ୍ବରେ ରହିବା ସହ ସଂପୃକ୍ତ ଅଞ୍ଚଳକୁ ଅତ୍ୟାବଶ୍ୟକ ସାମଗ୍ରୀ କେମିତି ପହଞ୍ଚିବ, ସେବିଷୟରେ ବୁଝିବେ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଭୁବନେଶ୍ବରରେ କେମିତି ସଂକ୍ରମଣକୁ ରୋକାଯାଇପାରିବ, ସେସଂପର୍କରେ ଏହି ଛ ବରିଷ୍ଠ ଅଧିକାରୀ ପଦକ୍ଷେପ ନେବେ ।

LEAVE A REPLY

Please enter your comment!
Please enter your name here