ଲକ୍ ଡାଉନ୍ କଟକଣା ସମୟରେ କିଭଳି ପାଳନ ହେବ ରମଜାନ୍ । ଏଥିପାଇଁ ଅଧକ୍ଷ୍ୟତାରେ କ୍ୟାପିଟାଲ ଥାନା ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଲକ୍‌ଡାଉନ୍ ଯୋଗୁଁୂ ଏଥର ସଂଘରୋଧ ଭାବେ ପାଳନ ହେବ ନମାଜ ପାଠ ଇଫତାର ପାଠ । ତେବେ ଲକ୍‌ଡାଉନ୍ ସମୟରେ କୌଣସି ଧାର୍ମିକ ଅନୁଷ୍ଠାନରେ ସମୂହ ପ୍ରାର୍ଥନା କିମ୍ବା ନମାଜ ପାଠ ହେବନାହିଁ । ମସଜିଦରେ କେବଳ ଜଣେ ୂମୋଲବି ଏବଂ ୩ ଜଣ ରହି ନମାଜ ପାଠ କରିବେ । ମସଜିଦରୁ ହିଁ ପ୍ରତିଦିନ ଆସାନ ଉପରେ ଉପବାସ ସମୟ ସମ୍ପର୍କରେ ଏବଂ ସାମାଜିକ ଦ୍ୱରତା ରକ୍ଷା ସମ୍ପର୍କରେ ସଚେତନ କରାଯିବ । ପରିବାର ଲୋକଙ୍କ ବ୍ୟତୀତ ଅନ୍ୟ କେହି ବି ଭିଡ କରି ସାମୂହିକ ପ୍ରାର୍ଥନା ବା ନମାଜ ପାଠ କରିପାରିବେ ନାହିଁ । କୌଣସି ମୋଲବି ଲୋକଙ୍କୁ ଘରକୁ ଯାଇ ନମାଜ ପାଠ କରାଇପାରିବେ ନାହିଁ । ଏହି ସମୟରେ କୌଣସି ବ୍ୟକ୍ତି ସାହିରେ ଥିବା ବସ୍ତି ଭିତରେ ପ୍ରବେଶ କଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଜିନିଷ ପତ୍ର କିଣାକିଣି ପାଇଁ କେହି ଯାନ ବାହାନ ବ୍ୟବହାର କରିପାରିବେ ନାହିଁ । ନିକଟସ୍ଥ ଦୋକାନରୁ ସାଇକେଲ କିମ୍ବା ଚାଲିଚାଲି ଯାଇ ସଉଦା କିଣିପାରିବେ ।

LEAVE A REPLY

Please enter your comment!
Please enter your name here