ଟିଟିଲାଗଡ଼: ଟିଟିଲାଗଡ଼ ରେଲୱେ ଷ୍ଟେସନରେ ପେଟ୍ରୋଲିଙ୍ଗ କରୁଥିବାବେଳେ ୬ ଜଣ ଯୁବତୀ ସମତା ଏକ୍ସପ୍ରେସ ଟ୍ରେନରେ ତାଙ୍କର ୬ ଟି ଟ୍ରଲି ବ୍ୟାଗକୁ ଦେଖି ଜିଆରପି ପୋଲିସର ସନ୍ଦେହ ବଢ଼ିଥିଲା । ସେମାନଙ୍କୁ ପଚରାଉଚରା କରି ବ୍ୟାଗକୁ ଖୋଲିବାକୁ ପୋଲିସ କହିଥିଲା । ବ୍ୟାଗ ଖୋଲିବା ପରେ ୬ଟି ବ୍ୟାଗରୁ ପ୍ରାୟ ୩୧ କେଜି ୫ ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ୬ ଜଣ ଯୁବତୀ ଟିଟିଲାଗଡ଼ ରେଲୱେ ଷ୍ଟେସନରୁ ଟ୍ରେନ ଯୋଗେ ଦିଲ୍ଲୀକୁ ଗଞ୍ଜେଇ ଚାଲାଣ କରୁଥିବାର । ସେମାନଙ୍କ ମଧ୍ୟରୁ ୨ ଜଣ ଦିଲ୍ଲୀର ହୋଇଥିବାବେଳେ ଦୁଇଜଣ ବଲାଙ୍ଗୀର ଜିଲ୍ଲା ସଇଁତଳା ଅଞ୍ଚଳର ଆଉ ବାକି ୨ ଜଣ କଳାହାଣ୍ଡି ଓ ବରଗଡ଼ ଅଞ୍ଚଳର ବୋଲି ଜଣାପଡ଼ିଛି । ସମସ୍ତ ଯୁବତୀଙ୍କୁ ଜିଆରପି ପୁଲିସ ଅଟକ ରଖିଛି । ଆସନ୍ତା କାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଟିଟିଲାଗଡ଼ ଜିଆରପି ଅଧିକାରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here