କରୋନା ଲକ୍‌ଡାଉନ୍ ବେଳେ ଦୋକାନ ଖୋଲିବା ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି । ଗ୍ରାମାଞ୍ଚଳରେ ଥିବା ସମସ୍ତ ଦୋକାନ ଖୋଲା ରହିବ। ସେହିପରି ସହରାଞ୍ଚଳରେ ଥିବା ସମସ୍ତ ଗୋଟିକିଆ ଦୋକାନ ତଥା ଆବାସିକ ଅଞ୍ଚଳ ବା କଲୋନୀ ପାଖରେ ଥିବା ଦୋକାନ ଖୋଲା ହୋଇପାରିବ। ତେବେ ସହରାଞ୍ଚଳରେ କୌଣସି ମାର୍କେଟ କଂପ୍ଲେକ୍ସ ଏବଂ ସପିଂ ମଲ୍ ଖୋଲା ରହିବ ନାହିଁ।
ଗ୍ରାମାଞ୍ଚଳ ସୀମା ମଧ୍ୟରେ ଆସୁଥିବା କୌଣସି ସପିଂ ମଲ୍‌କୁ ବି ଖୋଲିବା ଲାଗି ଅନୁମତି ଦିଆଯାଇନାହିଁ। ସେହିପରି ଇ-କମର୍ସ କମ୍ପାନୀଗୁଡିକ ପୂର୍ବଭଳି କେବଳ ଜରୁରୀ ସାମଗ୍ରୀ ଯୋଗାଇବେ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଳାୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଅନ୍ୟପକ୍ଷରେ ମଦ ଦୋକାନ ଖୋଲିବା ଉପରେ କଟକଣାକୁ ବଳବତ୍ତର ରଖାଯାଇଛି। ହଟସ୍ପଟ୍ ଓ କଣ୍ଟେନ୍‌ମେଣ୍ଟ୍ ଜୋନ୍‌ରେ କୌଣସି ପ୍ରକାର ଦୋକାନ ଖୋଲିବ ନାହିଁ। ଆଜିଠୁ ସାରା ଦେଶରେ ବିଭିନ୍ନ ଦୋକାନ ଖୋଲିବା ନେଇ ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଏକ ବିଜ୍ଞପ୍ତି ଜାରି କରିଥିଲେ। ବିଜ୍ଞପ୍ତି ଅନୁସାରେ, ପୌରପାଳିକା ବାହାରେ ଓ ରେସିଡେନସିଆଲ(ଆବାସିକ) ଅଞ୍ଚଳରେ ଥିବା ଦୋକାନ ଗୁଡ଼ିକ ଖୋଲା ରହିବ

LEAVE A REPLY

Please enter your comment!
Please enter your name here