ନୂଆଦିଲ୍ଲୀ: ଆଗାମୀ ୨୦୨୯ ମସିହା ସୁଦ୍ଧା ଦେଶର ୨୧ଟି ବିଜେପି ଶାସିତ ରାଜ୍ୟରେ ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁ କରାଯିବ ଏ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ବଡ଼ ଘୋଷଣା କରିଛନ୍ତି। ଏକ ବିଶେଷ କାର୍ଯ୍ୟକ୍ରମରେ ଯୋଗଦେଇ ଗୃହମନ୍ତ୍ରୀ କହିଛନ୍ତି ଯେ, ବିଜେପି ସଦାସର୍ବଦା ଦେଶରେ ସମାନ ଆଇନ ବ୍ୟବସ୍ଥା ଲାଗୁ କରିବାକୁ ପ୍ରତିଶ୍ରୁତିବଦ୍ଧ। ଉତ୍ତରାଖଣ୍ଡ ସରକାର ସଫଳତାର ସହ ୟୁସିସି ବିଲ୍ ପାରିତ କରି ସାରା ଦେଶ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଏବେ ଅନ୍ୟ ବିଜେପି ଶାସିତ ରାଜ୍ୟଗୁଡ଼ିକ ମଧ୍ୟ ଏହି ଦିଗରେ ଦ୍ରୁତ ଗତିରେ କାମ ଆରମ୍ଭ କରିଛନ୍ତି। ଗୃହମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ତ ୨୧ଟି ଏନଡିଏ ଶାସିତ ରାଜ୍ୟରେ ୟୁସିସି ସମ୍ପର୍କିତ ଆଇନଗତ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯିବ। ସମାଜରେ ଲିଙ୍ଗଗତ ସମାନତା, ମହିଳା ସଶକ୍ତୀକରଣ ଏବଂ ବିବାହ, ବିବାହ ବିଚ୍ଛେଦ, ସମ୍ପତ୍ତି ଅଧିକାର ଓ ପୋଷ୍ୟ ସନ୍ତାନ ଗ୍ରହଣ ଭଳି ବିଷୟଗୁଡ଼ିକରେ ସମସ୍ତ ନାଗରିକଙ୍କ ପାଇଁ ସମାନ ଆଇନ ରହିବ। ସମାନ ନାଗରିକ ସଂହିତାକୁ ନେଇ ବିରୋଧୀ ଦଳଗୁଡ଼ିକ ଦ୍ୱାରା କରାଯାଉଥିବା ସମାଲୋଚନା ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଅମିତ ଶାହା। ସେ କହିଛନ୍ତି ଯେ ୟୁସିସି କୌଣସି ଧର୍ମ ବା ସମ୍ପ୍ରଦାୟ ବିରୋଧୀ ନୁହେଁ, ବରଂ ଏହା ଦେଶର ସମସ୍ତ ନାଗରିକଙ୍କୁ ସମାନ ସାମ୍ବିଧାନିକ ଅଧିକାର ପ୍ରଦାନ କରିବ।

LEAVE A REPLY

Please enter your comment!
Please enter your name here