ବଲିଉଡ୍ ଅଭିନେତା ଇର୍ଫାନ୍ ଖାନ୍ଙ୍କର ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ସେ ଗତ ମଙ୍ଗଳବାର ଦିନ କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ବୃହତନ୍ତ୍ର ବା ମଳଦ୍ୱାରରେ ସଂକ୍ରମଣ (କୋଲୋନାଲ୍ ଇନ୍ଫେକ୍ସନ୍) ଯୋଗୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କୁ କ୍ୟାନ୍ସର୍ ମଧ୍ୟ ହୋଇଥିଲା ବୋଲି ସୂଚନା ମିଳିଛି। ଦେଶବ୍ୟାପୀ ଲକ୍ ଲକ୍ଡାଉନ୍ ଯୋଗୁ ଓ ଇର୍ଫାନ୍ ତାଙ୍କ ମାଆଙ୍କ ଶେଷ ଦର୍ଶନ କରିପାରି ନ ଥିଲେ। ପରିବାର ଲୋକଙ୍କୁ ଭିଡିଓ କଲ୍ କରି ଶରୀର ଅସୁସ୍ଥ ଥିବା ଥିବା ମଧ୍ୟ ଜଣାଇଥିଲେ। କିଛି ଦିନ ତଳେ ଇର୍ଫାନ୍ ମାରାତ୍ମକ ରୋଗ ନ୍ୟୁରୋଏଣ୍ଡୋକ୍ରାଇନ୍ ଟ୍ୟୁମର୍ ରୋଗରୁ ସୁସ୍ଥ ହୋଇଥିଲେ। ମଝିରେ ମଝିରେ ତାଙ୍କୁ ମେଡିକାଲ୍ ଚେକ୍ଅପ୍ କରାଇବାକୁ ପଡ଼ୁଥିଲା। ଏଥିପାଇଁ ସେ ଗୋଟିଏ ବର୍ଷ ବଲିଉଡ୍ରୁ ଦୂରେଇ ରହିଥିଲେ। ଅସୁସ୍ଥତା କାରଣରୁ ୨୦୨୦ରେ ରିଲିଜ୍ ହୋଇଥିବା ତାଙ୍କ ଫିଲ୍ମ ‘ଅଙ୍ଗ୍ରେଜୀ ମିଡିୟମ୍’ର ପ୍ରମୋସନ୍କୁ ମଧ୍ୟ ସେ ଯାଇପାରି ନଥିଲେ। ଏହି ଫିଲ୍ମ ସୁଟିଂ ବେଳେ ବି ସେ ଲଣ୍ଡନ୍ରେ ରହି ଚିକିତ୍ସିତ ହେଉଥିଲେ। ଇର୍ଫାନ୍ଙ୍କ ଅକାଳ ବିୟୋଗକୁ ନେଇ ବଲିଉଡ୍ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି।