ମେକ୍ସିକୋର ଭାନେସା ପୋନ୍ସ ଡି ଲିଓନ ଶନିବାର ବିଶ୍ୱସୁନ୍ଦରୀ-୨୦୧୮ ମୁକୁଟ ବିଜୟିନୀ ହୋଇଛନ୍ତି । ୧୧୮ଜଣ ସୁନ୍ଦରୀକୁ ପଛରେ ପକାଇ ବିଶ୍ୱସୁନ୍ଦରୀ ମୁକୁଟ ହାତେଇଛନ୍ତି ଏହି ସୁନ୍ଦରୀ । ଚାଇନାର ସାନ୍ୟା ସହରରେ ବିଶ୍ୱସୁନ୍ଦରୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପୂର୍ବତନ ବିଶ୍ୱ ସୁନ୍ଦରୀ ମାନୁଷୀ ଛିଲର ତାଙ୍କୁ ମୁକୁଟ ପିନ୍ଧାଇଥିଲେ ।୨୬ ବର୍ଷୀୟ ଭେନେସା ବାଜି ମାରିବା ପରେ ଭାବ ବିହୋଳ ହୋଇପଡିଥିଲେ । ସମସ୍ତ ଶ୍ରେୟ ସେ ତାଙ୍କ ସମର୍ଥକ, ପ୍ରଶଂସକ ଓ ଦେଶବାସୀଙ୍କୁ ସମର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here