ଆସନ୍ତା ନଭେମ୍ବର ୨୮ ତାରିଖରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ବିଶ୍ୱ ହକି କପ ଅନୁଷ୍ଠିତ ହେବାକୁ ଯାଉଛି। ବିଶ୍ୱ ହକି କପର ସୁରକ୍ଷାକୁ ନେଇ ଦ୍ୱିତୀୟ ସମୀକ୍ଷା ବୈଠକ ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରୀପାଠିଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପାକିସ୍ଥାନରୁ ଆସିବାକୁଥିବା ଖେଳାଳୀଙ୍କ ସୁରକ୍ଷା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଛି। ଏହି ଇଭେଣ୍ଟରେ ଅଂଶ ଗ୍ରହଣ କରିବାକୁ ଥିବା ଦଳମାନଙ୍କୁ ପିଏସଓ ଯୋଗାଇ ଦିଆଯିବା ସହ ସୁରକ୍ଷା ପାଇଁ ୭୦ରୁ ୮୦ ପ୍ଲାଟୁନ ପୋଲିସ ମୁତୟନ କରିବା ପାଇଁ ସ୍ଥିର ହୋଇଛି ବୋଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି ପ୍ରକାଶ କରିଛନ୍ତି ।
ଅନ୍ୟପଟେ ଲାଇଭ ମ୍ୟାଚ ପାଇଁ ସହରର ୪ଟି ସ୍ଥାନରେ ଏଲଇଡି ସ୍କ୍ରିନ ଲାଗିବ । ୧୭ଟି ସହରରେ ହକି ଇଭେଣ୍ଟ ନେଇ ପ୍ରଚାର କରାଯିବ ।

LEAVE A REPLY

Please enter your comment!
Please enter your name here