ଆଜି ରାଜ୍ୟରେ ଆଉ ୧୦୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭୮କୁ ବୃଦ୍ଧି
ପାଇଛି। ମିଳିଥିବା ସୂଚନା ଅନୁସାରେ ଆକ୍ରାନ୍ତଙ୍କ ମଧ୍ୟରୁ ୯୭ ଜଣ କ୍ୱାରେଣ୍ଟିନ୍‌ ସେଣ୍ଟରର ହୋଇଥିବାବେଳେ ୫ ଜଣ ବାହାରର। ଏମାନଙ୍କ ମଧ୍ୟରେ ଯାଜପୁରର ୩୧ ଜଣ ଆକ୍ରାନ୍ତ ଥିବାବେଳେ ଜଗତସିଂହପୁର ୩, ଭଦ୍ରକର ୨୧, କେନ୍ଦ୍ରାପଡ଼ାର ୮, କଟକର ୪, ଖୋର୍ଦ୍ଧାର ୪, ପୁରୀର ୪, ଅନୁଗୁଳ ୨, ବାଲେଶ୍ୱରର ୨, ସମ୍ବଲପୁରରୁ ୨ ଓ ନୟାଗଡ଼ରୁ ଜଣେ କରୋନା ଆକ୍ରାନ୍ତ ଅଛନ୍ତି।
ଗତକାଲି ସକାଳେ ଜଗତ୍‌ସିଂହପୁରକୁ କରୋନା ମୁକ୍ତ ସହର ଘୋଷଣା କରାଯାଇଥିବାବେଳେ ସନ୍ଧ୍ୟାରେ ଏହି ଜିଲ୍ଲାରୁ ୨୦ ପଜିଟିଭ ଚିହ୍ନଟ ହୋଇଥିଲେ। ଆଜି ଏହି ଜିଲ୍ଲାରୁ ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here