ଆଜି ରାଜଧାନୀ ଭୁବନେଶ୍ବରର ପାରଦ ସକାଳୁ ସକାଳୁ ଉପରମୁହାଁ ହେବାରେ ଲାଗିଥିଲା । ସକାଳ ସାଢେ ଆଠଟା ସୁଦ୍ଧା ତାପମାତ୍ରା 32 ଡିଗ୍ରୀ ଛୁଇଁଥିଲା । ଦିନ ସାଢେ 11ଟା ବେଳକୁ ପାରଦ 39 ଡିଗ୍ରୀ ଅତିକ୍ରମ କରିଥିଲା । ଦିନ ସାଢେ ଦୁଇଟା ବେଳକୁ ତାପମାତ୍ରା 41.2 ଡିଗ୍ରୀ ଛୁଇଂଥିଲା । ଅସହ୍ୟ ତାତିରେ ଲୋକେ ଡହଳ ବିକଳ ହେଉଥିଲେ । କେବଳ ରାଜଧାନୀ ଭୁବନେଶ୍ବର ନୁହେଁ, ଚାନଦବାଲି, ଝାରସୁଗୁଡାରେ ତାପମାତ୍ରା ମଧ୍ୟ 41 ଡିଗ୍ରୀ ଛୁଇଁଛି । 14 ତାରିଖ ପରଠାରୁ ବିଭିନ୍ନ ସହରର ତାପମାତ୍ରା ବୃଦ୍ଧି ପାଇବା ସହ 18 ତାରିଖ ବେଳକୁ ରାଜଧାନୀ ତାପମାତ୍ରା 43 ଡିଗ୍ରୀ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବରୁ ଆକଳନ କରିଥିଲା । ଆଜି ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା 41.1 ଡିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ କରିଛି ।

LEAVE A REPLY

Please enter your comment!
Please enter your name here