ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମେଡିକାଲାରେ ଭର୍ତ୍ତି ହୋଇଛନ୍ତି । ତାଙ୍କଠାରେ କରୋନା ସମ୍ପର୍କିତ ଲକ୍ଷଣ ଦେଖାଯିବା ପରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମରେ ବିଜେପିର ପ୍ରମୂଖ ପ୍ରବକ୍ତା ଭାବରେ ସମ୍ବିତ ପାତ୍ରଙ୍କର ସ୍ୱତନ୍ତ୍ର ପରିଚୟ ରହିଛି । ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ଏହି ଓଡିଆ ରାଜନେତା ପୁରୀରୁ ପ୍ରତିଦ୍ୱନ୍ଦିତା କରିଥିଲେ । ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀର ଗୁରୁଗ୍ରାମ ଅଞ୍ଚଳ ମେଦାନ୍ତ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି ହୋଇଛନ୍ତି ।