ରାଜ୍ୟରେ ୨୪ ଘଣ୍ଟାରେ ଆଉ ନୂଆ ୬୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୨୬ ଜଣ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯୪ ହୋଇଛି । ସେହିପରି ଯାଜପୁରରେ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ଆକ୍ଟିଭ କେସ୍ ୧୦୮ ଥିବାବେଳେ ଯାଜପୁରରେ ଆକ୍ଟିଭ କେସ୍ ୧୨୭ ଅଛି । ଆକ୍ଟିଭ୍ କେସରେ ଯାଜପୁର ସବୁଠୁ ଆଗରେ ରହିଛି । ଗଞ୍ଜାମ ଜିଲ୍ଲାକୁ ଟପିଛି ଯାଜପୁର । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧୧ , ନୟାଗଡରୁ ୭, ବଲାଙ୍ଗୀରରୁ ୨ ଜଗତସିଂହପୁରରୁ ୨ , ସମ୍ବଲପୁରରୁ ୨ ସୋନପୁରରୁ ୪, କେନ୍ଦୁଝର , ବରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ଅଛନ୍ତି । ନୂଆ ୬୭ ଆକ୍ରାନ୍ତଙ୍କ ମଧ୍ୟରୁ ୬୫ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରର ହୋଇଥିବାବେଳେ ୨ଟି ଲୋକାଲ କେସ୍ ରହିଛି । ୧୬୬୦ କୁ ବୃଦ୍ଧି ପାଇଛି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା । ୮୪୧ ଜଣ ଚିକିତ୍ସିତ ହେଉଥିବାବେଳେ ୮୧୨ ଜଣ ସୁସ୍ଥ ହୋଇଛନ୍ତି । ୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here