ରାଜଧାନୀରେ ନବ ଦମ୍ପତ୍ତିଙ୍କ ଆତ୍ମହତ୍ୟା । ଭୁବନେଶ୍ୱର ଲିଙ୍ଗରାଜ ଥାନା କେଉଟ ସାହିର ଏକ ଘର ଭିତରୁ ନବ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ସ୍ୱାମୀର ମୃତଦେହ ଉଦ୍ଧାର ହୋଇଥିବାବେଳେ ବେଡ ତଳେ ମରିପଡିଥିବା ସ୍ତ୍ରୀର ମୃତଦେହ ଉଦ୍ଧାର କରିଛି ପୋଲିସ । ସେମାନଙ୍କ ତିନି ମାସ ତଳେ ବିବାହ ହୋଇଥିଲା । ସ୍ୱାମୀ ଖବର କାଗଜ ହକର ଥିଲେ ବୋଲି ସୂଚନା ମିଳିଛି । ତେବେ କେଉଁ ପରିସ୍ଥିତିରେ ଏବଂ କେଉଁ କାରଣରୁ ମୃତ୍ୟୁ ଘଟିଛି ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ । ଦୁଇ ଜଣଙ୍କର ମୃତ ଦେହ ଉଦ୍ଧାର କରି ଛାନଭିନ କରୁଛି ଲିଙ୍ଗରାଜ ଥାନା ପୋଲିସ ।

LEAVE A REPLY

Please enter your comment!
Please enter your name here