ପ୍ରବାସ ଫେରନ୍ତାଙ୍କ ଉପରେ ଆଜି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ରାଜ୍ୟସରକାର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଶ୍ରମିକ ମାନଙ୍କୁ ଘରକୁ ପଠାଇବାକୁ ୧୫ ଦିନ ହେଉଛି ପର୍ଯ୍ୟାପ୍ତ ସମୟ । ଏହି ସମୟ ଭିତରେ ସମସ୍ତଙ୍କୁ ନିଜ ନିଜ ରାଜ୍ୟକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସରକାରଙ୍କ ପକ୍ଷରୁ ସିଲିସିଟର ତୁଷାର ମେହେଟ୍ଟା ପକ୍ଷ ରଖି ଜୁନ୍ ୩ ତାରିଖ ସୁଦ୍ଧା ଶ୍ରମିକଙ୍କ ପାଇଁ ୪ ହଜାର ଦୁଇ ଶହ ୨୮ ଟ୍ରେନ ଚଳାଯାଇଥିବା କହିଥିଲେ । ଆଉ ୫୭ ଲକ୍ଷ ପ୍ରବାସୀଙ୍କୁ ସେମାନଙ୍କ ଘରକୁ ପଠାଯାଇଥିବା କହିଥିଲେ ।

LEAVE A REPLY

Please enter your comment!
Please enter your name here