ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ସୁପ୍ରିମୋ ଏମ୍. କରୁଣାନିଧିଙ୍କ ପରଲୋକ. ମୃତ୍ୟୁବେଳକୁ ତାଙ୍କୁ 94 ବର୍ଷ ବୟସ ହୋଇଥିଲା. ଗତ ଏଗାର ଦିନ ଧରି କାବେରୀ ହସପିଟାଲରେ ସେ ଚିକିତ୍ସାଧୀନ ଥିଲେ. ତାଙ୍କ ମୃତ୍ୟୁ ଖବର ପାଇବାମାତ୍ରେ ଗୋପାଳପୁରମ୍ ରେ ସମର୍ଥକଙ୍କ ଭିଡ଼ ଜମିବାରେ ଲାଗିଛି । ଶୋକାକୁଳ ସମର୍ଥକଙ୍କୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟ ନେତୃବର୍ଗ ଗଭୀର ଶୋକପ୍ରକାଶ କରିଛନ୍ତି.  ତାମିଲ ସିନେମାରେ ଜଣେ ସ୍କ୍ରିପ୍ଟ ରାଇଟର ଭାବେ ଜୀବନ ଆରମ୍ଭ କରିଥିବା କରୁଣାନିଧି ତାମିଲନାଡୁର ପାଞ୍ଚଥର ମୁଖ୍ୟମନ୍ତ୍ରୀ ଥିଲେ.

 

 

 

LEAVE A REPLY

Please enter your comment!
Please enter your name here