ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଲା I ଆଜି ଭୁବନେଶ୍ବରରୁ ଆଉ ଦୁଇଜଣ ପଜିଟିଭ ଚିହ୍ନଟ ହେବା ପରେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା 101ରେ ପହଞ୍ଚିଛି I ତେବେ ଏମାନଙ୍କ ମଧ୍ୟରୁ ଆକ୍ଟିଭ କେସ୍ ସଂଖ୍ୟା 42 ରହିଛି I ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ନୂଆପଲ୍ଲୀ ଅଞ୍ଚଳର ଶ୍ରୀରାମ ବିହାର ଆପାର୍ଟମେଣ୍ଟର ଏବଂ ତାଙ୍କୁ 67 ବର୍ଷ ବୟସ I ଆଉ ଜଣେ ହେଉଛନ୍ତି ଆପୋଲୋ ହସପିଟାଲର 25 ବର୍ଷ ବୟସ୍କ କର୍ମଚାରୀ I ତାଙ୍କ ଘରୁ କେହି ସୁରତରୁ ଫେରିଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି I

LEAVE A REPLY

Please enter your comment!
Please enter your name here