ଭୁବନେଶ୍ୱର: ମେ’ ମାସ ଆରମ୍ଭରେ ଓଡ଼ିଶା ସୀମାନ୍ତ ଅଞ୍ଚଳର କିଛି ଜିଲ୍ଲାରେ ହଠାତ୍ ପେଟ୍ରୋଲ ଓ ଡିଜେଲ ଚାହିଦା ବଢ଼ିଯାଇଥିଲା। ଏହାର ପ୍ରଭାବରେ କିଛି ପେଟ୍ରୋଲ ପମ୍ପରେ ସ୍ୱଳ୍ପ ସମୟ ପାଇଁ ଇନ୍ଧନ ଅଭାବ ଦେଖାଦେଇଥିଲା। ଫଳରେ ଅନେକ ସ୍ଥାନରେ ଗାଡ଼ିଚାଳକଙ୍କ ଲମ୍ବା ଲାଇନ୍ ଲାଗିଥିଲା। ପରିସ୍ଥିତିକୁ ସାମ୍ନା କରିବାକୁ OMCs ତୁରନ୍ତ ଅତିରିକ୍ତ ଟ୍ୟାଙ୍କର ମୁତୟନ କରିଥିଲେ। ପ୍ରଭାବିତ ପେଟ୍ରୋଲ ପମ୍ପଗୁଡ଼ିକୁ ଦ୍ରୁତ ଗତିରେ ଇନ୍ଧନ ପହଞ୍ଚାଇବା ସହିତ ଷ୍ଟକ ଉପରେ ନିରନ୍ତର ନଜର ରଖାଯାଇଥିଲା। କମ୍ପାନୀମାନେ କହିଛନ୍ତି, ବର୍ତ୍ତମାନ ସମସ୍ତ ପେଟ୍ରୋଲ ପମ୍ପରେ ସାଧାରଣ ଭାବେ ପେଟ୍ରୋଲ ଓ ଡିଜେଲ ଉପଲବ୍ଧ ଅଛି। ଶିଳ୍ପ ସଂସ୍ଥାମାନଙ୍କୁ ଖୁଚୁରା ପେଟ୍ରୋଲ ପମ୍ପରୁ ଇନ୍ଧନ କିଣିବା ବଦଳରେ ସିଧାସଳଖ ତୈଳ କମ୍ପାନୀଙ୍କୁ ଯୋଗାଯୋଗ କରିବାକୁ OMCs ପରାମର୍ଶ ଦେଇଛନ୍ତି। କାରଣ ଖୁଚୁରା ପମ୍ପଗୁଡ଼ିକ bulk fuel sale ପାଇଁ ଅନୁମୋଦିତ ନୁହେଁ। ସେହିପରି ଲୋକମାନଙ୍କୁ ଅନାବଶ୍ୟକ ଭୟଭୀତ ହୋଇ ନ କିଣିବାକୁ ଅନୁରୋଧ କରିଛନ୍ତି ତୈଳ କମ୍ପାନୀ।

LEAVE A REPLY

Please enter your comment!
Please enter your name here