ଆଜି ରାଜ୍ୟରେ ପୁଣି ୧୪୩ କରୋନା ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ସୁଚନା ଓ ଲୋକ ସଂପର୍କ ବିଭାଗ ର ସୁଚନା ଅନୁଯାୟୀ ମୋଟ୍ ସଙ୍କ୍ରମିତଙ୍କ ସଂଖ୍ୟା ୫୩୦୩ରେ ପହଁଞ୍ଚିଛି । ତେବେ ଆକ୍ଟିଭ୍ କେସ୍ ୧୫୬୨ ଥିବାବେଳେ ୩୭୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଆଜି ଯେଉଁ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେଥିମଧ୍ୟରୁ ୧୩୭ କ୍ୱାରେଣ୍ଟିନର ହୋଇଥିବାବେଳେ ଲୋକାଲ କେସ୍ ରହିଛି ୬ । ଖୋର୍ଦ୍ଧାରୁ-୧୬,ନୟାଗଡ,ବାଲେଶ୍ୱରରୁ-୧୩, କଟକରୁ-୨୦, ଗଞ୍ଜାମରୁ-୩୨,ସୁନ୍ଦରଗଡରୁ-୧୨, କେନ୍ଦ୍ରାପଡାରୁ-୧୦,କଳାହାଣ୍ଡିରୁ-୬, ସମ୍ବଲପୁରରୁ-୫, ଭଦ୍ରକରୁ-୪, ଢେଙ୍କାନାଳରୁ-୩, କେନ୍ଦୁଝରରୁ-୨ , ଜଗତସିଂହପୁର , ଅନୁଗୁଳ. ବରଗଡ଼ , ଝାର୍‌ସୁଗୁଡ଼ା ଓ ବଲାଙ୍ଗିରରୁ ଜଣେ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୬ରେ ପହଁଞ୍ଚିଛି । ଗଞ୍ଜାମରୁ ଜଣେ ନିମୋନିଆ ରେ ପିଡ଼ିତ ଯୁବକ (୪୬) ଙ୍କ ମୃତ୍ୟୁ ଘଟିଥିବାବେଳେ ମୟୂରଭଞ୍ଜରୁ ଜଣେ କ୍ୟାନ୍‌ସରରେ ପିଡ଼ିତ ୬୨ ବର୍ଷିୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି ।

LEAVE A REPLY

Please enter your comment!
Please enter your name here