ଚାକିରୀରେ ଯୋଗ ଦେବାର ଗୋଟିଏ ଦିନ ପୂର୍ବରୁ ଆତ୍ମହତ୍ୟା । ଟିଟିଲାଗଡର ଅଭିଳାଷ ମହାପାତ୍ରଙ୍କର ଆତ୍ମହତ୍ୟା । ସେ ଆଜି ଓଏଫଏସ ବା ଓଡିଶା ଫାଇନାନ୍ସ ସର୍ଭିସ ଅଫିସର ଭାବେ କାର୍ଯ୍ୟରେ ଯୋଗ ଦେଇଥାନ୍ତେ । ତାଙ୍କ ଘର ବଲାଙ୍ଗୀର ଜିଲ୍ଲା ଟିଟିଲାଗଡରେ ହୋଇଥିବାବେଳେ ସେ ଭୁବନେଶ୍ୱର ଖଣ୍ଡଗୀରି ଥାନା ଡୁମଡୁମା ଫେଜ୍ ୪ରେ ପରିବାର ସହ ରହୁଥିଲେ । ପୂର୍ବରୁ ସେ ବ୍ୟାଙ୍କରେ ଚାକିରୀ କରିଥିଲେ । କିଛି ମାସ ତଳେ ଓଏଫଏସ ପାଇଥିଲେ । ହେଲେ ଚାକିରୀର ଗୋଟିଏ ଦିନ ପୂର୍ବରୁ ସେ ଆତ୍ମହତ୍ୟା କରିଛନ୍ତି । ଗୋଟିଏ ଘରେ ନିଜକୁ ବନ୍ଦ କରି ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ହେଲେ ଅଭିଳାଷ ଆତ୍ମହତ୍ୟା କଲେ କାହିଁକି । କୌଣସି ମାନସିକ ଦୁଶ୍ଚିନ୍ତାରେ ଥିଲେ କି ? କାହା ସହ ଅଭିଳାଷଙ୍କର ବିବାଦ ରହିଥିଲା କି? । ଏସବୁ ନେଇ ତଦନ୍ତ କରୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here