କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ଗରାଗାଁ ନିକଟରେ ଅଟୋ ଓଲଟି ଜଣେ ସ୍କୁଲ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଚାରିଜଣ ଗୁରୁତର ଆହତ ହୋଇଛନ୍ତି. ଔପଦା ସରସ୍ବତୀ ଶିଶୁମନ୍ଦିରରୁ ପିଲାମାନଙ୍କୁ ଆଣି ଆସୁଥିବା ବେଳେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା. ଉତ୍ତ୍ୟକ୍ତ ଲୋକେ ଅଟୋକୁ ନିଆଁ ଲଗାଇ ଦେଇଥିଲେ. ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଓଭରଲୋଡିଂ ଯୋଗୁ ଦୁର୍ଘଟଣା ହୋଇଥିବା କୁହାଯାଉଛି.

LEAVE A REPLY

Please enter your comment!
Please enter your name here