ଆଜି ରାଜ୍ୟରେ ଆଉ ୫ ଜଣଙ୍କର କରୋନାରେ ମୃତ୍ୟୁ । ଗଞ୍ଜାମରୁ ୩ ଏବଂ ଖୋର୍ଦ୍ଧାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୨୦ କୁ ବୃଦ୍ଧି ପାଇଥିବାବେଳେ ଖୋର୍ଦ୍ଧାରେ ୭ ଜଣଙ୍କର ଜୀବନ ଗଲାଣି । ସେହିପରି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୪ କୁ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ ଆଜି ଆଉ ୨୪ ଜିଲ୍ଲାରୁ ୪୯୫ ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନ୍ ସେଣ୍ଟରରୁ ୩୫୫ ଏବଂ ୧୪୦ ଟି ଲୋକାଲ କେସ୍ ରହିଛି । ତେବେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୫୦, ମୟୂରଭଞ୍ଜରୁ ୨୮, ଅନୁଗୁଳରୁ ୨୪ ଜଣ ପଜିଟିଭ ବାହାରିଛନ୍ତି । ପୁରୀରୁ- ୧୮, ବାଲେଶ୍ୱର ଓ କଟକରୁ ୧୩ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭଦ୍ରକ ଓ ଜଗତସିଂହପୁରରୁ ୧୨ ଲେଖାଏଁ ଆକ୍ରାନ୍ତ ଚିହ୍ନଟ । ନବରଙ୍ଗପୁର ଓ କେନ୍ଦ୍ରାପଡାରୁ ୧୧ ଲେଖାଏଁ ଆକ୍ରାନ୍ତ ଚିହ୍ନଟ । ଝାରସୁଗୁଡା ଓ କନ୍ଧମାଳରୁ ୮ ଲେଖାଏଁ , ଗଜପତିରୁ ୭ ପଜିଟିଭ ଚିହ୍ନଟ ହୋଇଛନ୍ତି । କେନ୍ଦୁଝା, କୋରାପୁଟ, ମାଲକାନଗିରିରୁ ୫ ଲେଖାଏଁ ଆକ୍ରାନ୍ତ ଚିହ୍ନଟ । ବରଗଡରୁ୨, ଢେଙ୍କାନାଳ , ଯାଜପୁର ଓ ନୟାଗଡରୁ ଜଣେ ଲେଖାଏଁ ଚିହ୍ନଟ । ରାଜ୍ୟରେ ମୋଟ୍ ସଙ୍କ୍ରମିତଙ୍କ ସଂଖ୍ୟା ୮୬୦୧କୁ ବୃଦ୍ଧି ପାଇଛି । ଏପର୍ଯ୍ୟନ୍ତ ୫୭୦୫ ସୁସ୍ଥ ହୋଇଥିବାବେଳେ ଆକ୍ଟିଭ୍ କେସ୍ ରହିଛି ୨୮୫୩ ।

LEAVE A REPLY

Please enter your comment!
Please enter your name here