ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନ ଆଉ ନାହାଁନ୍ତି । ୭୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି ।ଶୁକ୍ରବାର ଦିନ ବିଳମ୍ବିତ ରାତିରେ ମୁମ୍ବାଇ ରେ ତାଙ୍କର ଦେହାନ୍ତ ହୋଇଛି । ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ କିଛି ଦିନ ପୂର୍ବରୁ ସରୋଜ ଖାନ ଙ୍କୁ ବାନ୍ଦ୍ରା ସ୍ଥିତ ଗୁରୁ ନାନକ ହସ୍ପିଟାଲ୍‌ରେ ଆର୍ଡମିଟ କରାଯାଇଥିଲା । ତାଙ୍କର ମଧ୍ୟ କରୋନା ଟେଷ୍ଟ କରାଯାଇଥାଲା ଯାହା ନେଗେଟିଭ୍ ବାହାରି ଥିଲା । ସେ କୋରିଓଗ୍ରାଫର ପାଇଁ ବେଶ ପପୁଲାର ଥିଲେ । ତାଙ୍କ କ୍ୟାରିୟର ଭିତରେ ସେ ୨୦୦୦ ରୁ ଅଧିକ ଗୀତରେ କୋରିଓଗ୍ରାଫି କରିଥିଲେ ଓ ୩ ଥର ନ୍ୟାଶ୍‌ନାଲ୍ ଆଓାଡ ମଧ୍ୟ ପାଇଥିଲେ ।ମିଷ୍ଟର ଇଣ୍ଡିଆ ,ତେଜାବ ,ଚାନ୍ଦିନୀ ପରି ଫିଲ୍ମରେ ମଧ୍ୟ ସେ କୋରିଓଗ୍ରାଫ କରିଥିଲେ । ଦେବଦାସ ପାଇଁ ସେ ୨୦୦୩ ରେ ବେଷ୍ଟ କୋରିଓଗ୍ରାଫ ପାଇଁ ଫିଲ୍ମ ଫେୟାର ଆଓାଡ ପାଇଥିଲେ । ସେ ଶେଷ ଥର ପାଇଁ ୨୦୧୯ ରେ କଳଙ୍କ ଫିଲ୍ମ ର ଗୀତରେ କୋରିଓଗ୍ରାଫି କରିଥିଲେ ।

LEAVE A REPLY

Please enter your comment!
Please enter your name here