ପ୍ରଥମ ଥର ପାଇଁ ରାଜ୍ୟରେ ଜଣେ ବିଧାୟକ କରୋନା ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ନୀଳଗିରି ବିଧାୟକ ସୁକାନ୍ତ ନାୟକ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ବିଧାୟକଙ୍କ ସ୍ୱାବ୍ ଟେଷ୍ଟ ପଜିଟିଭ ବାହାରିଥିବା ସୂଚନା ମିଳିଛି । ଏ ସମ୍ପର୍କରେ ବିଧାୟକଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଘଟଣାକୁ ନେଇ ନୀଳଗିରିରେ ଆତଙ୍କ ଖେଳିଯାଇଛି । ବିଧାୟକଙ୍କ ସଂସ୍ପର୍ଶରେ ଅନେକ ଲୋକ ଆସୁଛନ୍ତି । ପ୍ରତ୍ୟେକ ଦିନ ସେ ଗାଁଠୁ ସହର ପର‌୍ୟ୍ୟନ୍ତ ଲୋକଙ୍କୁ ସଚେତନ କରାଇବା ସହ ମାସ୍କ ପିନ୍ଧାଇ ଦେଉଛନ୍ତି । ବିଭିନ୍ନ ସରକାରୀ ଓ ବେସରକାରୀ ବୈଠକରେ ମଧ୍ୟ ସେ ଯୋଗଦେଇଛନ୍ତି । ଯଦି ତାଙ୍କ ସଂସ୍ପର୍ଶରେ କେହି ଲୋକ ଆସିଥିବେ ତେବେ ବିଧାୟକ ସୁକାନ୍ତ ନାୟକ ସୁପର ସ୍ପେଡର ହୋଇଯିବେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ କୋଭିଡ଼-୧୯ ମେଡିକାଲକୁ ସ୍ଥାନାନ୍ତର ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here