ରାଜଧାନୀରେ ସ୍ୱେଛାସେବୀ ମାନବ ଆଦିତ୍ୟ ଦାସଙ୍କ ସନ୍ଦେହ ଜନକ ମୃତ୍ୟୁ । ଲିଙ୍ଗରାଜ ଷ୍ଟେସନ ରେଳ ଲାଇନ୍ କଡରୁ ତାଙ୍କର ମୃତ ଦେହ ଉଦ୍ଧାର ହୋଇଛି । ଗତମାସ ୯ ତାରିଖରେ କଟକ ଖପୁରୀଆରେ ତାଙ୍କର ବିବାହ ହୋଇଥିଲା । ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ତାକୁ ନେଇ ଲାଗି ରହିଛି ସସପେନ୍ସ । ଘଟଣାସ୍ଥଳରେ ଲିଙ୍ଗରାଜ ଥାନା ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ଗତକାଲି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟ ପାଟିତୁଣ୍ଡ ହୋଇଥିଲା । ଆଦିତ୍ୟ ସଂଧ୍ୟାରେ ରାଗି ପାଟି କରିବାରୁ ମୋବାଇଲ ଘର ଚାବି ରଖି କୁଆଡେ ପଳାଇଯାଇଥିଲେ । ତେବେ ଆଦିତ୍ୟ ଗୁଣି ଗାରେଡିକୁ ଭୟ କରୁଥିଲେ ବୋଲି ତାଙ୍କ ପତ୍ନୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here