କମୁନି କରୋନାର ପ୍ରକୋପ । ରାଜ୍ୟରେ ଆଜି ପୁଣି କରୋନା ନେଇଛି ୪ ଜୀବନ । ଗଞ୍ଜାମରୁ ୩ ଜଣ ଓ କଟକରୁ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମର ୩ ମୃତକ ପୁରଷ ଏବଂ ସେମାନଙ୍କ ବୟସ ୭୦, ୬୦ ଓ ୫୩ ବର୍ଷ ରହିଛି । ଗଞ୍ଜାମରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୨୪ କୁ ବୃଦ୍ଧି ପାଇଛି । ଆଉ ଜଣେ କଟକର ୪୮ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । କଟକ ଜିଲ୍ଲାରେ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୪୨କୁ ବୃଦ୍ଧି ପାଇଛି । ସେପଟେ ଦିନକରେ ରାଜ୍ୟରେ ୫୭୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କ୍ୱାରେଣ୍ଟିନରୁ ଅଛନ୍ତି ୪୦୩ ଏବଂ ଲୋକାଲ କେସ୍ ୧୬୮ । ଆଜି ସଙ୍କ୍ରମଣକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୯୭କୁ ବୃଦ୍ଧି ପାଇଛି । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୯୭ରେ ପହଁଞ୍ଚିଛି । ୬୪୮୬ ଜଣ ସୁସ୍ଥ ହୋଇଥିବାବେଳେ ଆକ୍ଟିଭ୍ କେସ୍ ରହିଛି ୩୫୫୭ । ଆଜି କେବଳ ଗଞ୍ଚାମ ଜିଲ୍ଲାରୁ ୨୭୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଗଜପତିରୁ ୫୬, ସୁନ୍ଦରଗଡରୁ ୫୧, ଖୋର୍ଦ୍ଧାରୁ ୩୭ ଚିହ୍ନଟ । କଟକରୁ ୨୯, ବାଲେଶ୍ୱରରୁ ୨୮, ଜଗତସିଂହପୁରରୁ ୧୭ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୧୬, ମୟୂରଭଞ୍ଜରୁ ୧୪, ରାୟଗଡାରୁ ୧୦ ଚିହ୍ନଟ ହୋଇଛନ୍ତି ।କେନ୍ଦୁଝର ଓ ନବରଙ୍ଗପୁରରୁ ୭ ଲେଖାଏଁ , ସମ୍ବଲପୁରରୁ ୬ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିରରୁ ୫, ଅନୁଗୁଳ ଓ ପୁରୀରୁ ୪ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡା ୩, ଝାରସୁଗୁଡା, ନୟାଗଡ, ଭଦ୍ରକ, ଢେଙ୍କାନାଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here