ମୁମ୍ବାଇର ପରେଲ ସ୍ଥିତ କ୍ରିଷ୍ଟାଲ ଟାୱାରର ୧୨ ମହଲାରେ ଭୟାବହ ଅଗ୍ନିକାଣ୍ଡ । ୨୦ଟି ଅଗ୍ନିଶମ ଗାଡି ଘଟଣା ସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ୧୨ ମହଲାରେ ରହୁଥିବା ଲୋକଙ୍କୁ କ୍ରେନ ସାହାର୍ଯ୍ୟରେ ଉଦ୍ଧାର କରାଯାଇଛି । ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଆହତ ମାନଙ୍କୁ ହସ୍ପିଟାଲକୁ ପଠାଯାଉଛି । ହିନ୍ଦମାତା ସିନେମା ପାଖରେ କ୍ରିଷ୍ଟାଲ ଟାୱାରରେ ସକାଳ ସାଢେ ୮ରେ ନିଆଁ ଲାଗିଥିଲା । ଏବେବି ରେସ୍କୁ୍ୟ ଅପରେସନ ଜାରି ରହିଛି । ନିଆଁ ଲାଗିବା କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନେ୍ଦହ କରାଯାଉଛି ।

LEAVE A REPLY

Please enter your comment!
Please enter your name here