ଗତକାଲି 5ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଉପରକୁ କାଳିମାଡ କରାଯିବା ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ମୁଖ୍ୟ ଶାସନସଚିବ ବିଜୟ ପଟ୍ଟନାୟକ । ଲକ୍ଷ୍ମଣରେଖା ଭିତରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ କରୁଥିବା ରାଜନୈତିକ କାର୍ଯ୍ୟକ୍ରମରୁ ବିରତ ରହିବା ଉଚିତ ବୋଲି ବିଜୟ କହିଛନ୍ତି । କ୍ଷମତାର ଦୁରୁପଯୋଗ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ଯେଉଁ ଡ୍ରାମା ଚାଲିଛି, ଗତକାଲିର କାଳି ମାଡ ଘଟଣା ଡ୍ରାମାର ଅଂଶବିଶେଷ ବୋଲି ସେ କହିଛନ୍ତି ।

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, କାଳିମାଡ ଘଟଣା ପ୍ରାୟୋଜିତ ଡ୍ରାମା ଥିଲା । ସଂପୃକ୍ତ ଯୁବକଙ୍କୁ ପୋଲିସ ଛାଡି ଦେଇଛି । ନିଜକୁ ଅଲଗା ଦେଖାଇବା ପାଇଁ ଗତକାଲି ପ୍ରାୟୋଜିତ କାଳିମାଡ କରାଯାଇଥିଲା ।

ସୂଚନାଯୋଗ୍ୟ ଗତକାଲି କାଳିମାଡ ଘଟଣାରେ ଗିରଫ ହୋଇଥିବା ଯୁବକଙ୍କୁ ପୋଲିସ ବିଳମ୍ବିତ ରାତିରେ ଛାଡି ଦେଇଛି । ତାଙ୍କ ଭାଇ ବ୍ୟକ୍ତିଗତ ମୁଚାଲିକାରେ ସଂପୃକ୍ତ ଯୁବକଙ୍କୁ ନେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here