ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ ୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫୧ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟନରୁ ୩୫ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ ୧୬ ରହିଛି । ସରକାରୀ ହସ୍ପିଟାଲର ଜଣେ ପୁରୁଷ, ଜଣେ ମହିଳା କର୍ମଚାରୀ ଲୋକାଲ କଣ୍ଟାକ୍ଟ ବାହାରିଛନ୍ତି । ଚନ୍ଦ୍ରଶେଖରପୁର ସପ୍ତମ ବାଟାଲିଅନ ନିକଟରୁ ୨ ଲୋକାଲ କେସ୍ ଚିହ୍ନଟ । ଲକ୍ଷ୍ମୀସାଗର ଅଞ୍ଚଳରୁ ଜଣେ ପୁରୁଷ , ଭରତପୁର ଅଞ୍ଚଳରୁ ଜଣେ ମହିଳା ଚିହ୍ନଟ ହୋଇଛନ୍ତି । କଳିଙ୍ଗବିହାର ଅଞ୍ଚଳରୁ ୨ ମହିଳା ଲୋକାଲ କଣ୍ଟାକ୍ଟରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖାରବେଳନଗରରୁ ଜଣେ ମହିଳା , ଶାସ୍ତ୍ରୀନଗରରୁ ଜଣେ ପୁରୁଷ ଲୋକାଲ କେସ୍ ଭାବେ ଚିହ୍ନଟ ହୋଇଛନ୍ତି । ୟୁନିଟ-୬ ଗଙ୍ଗନଗର ଅଞ୍ଚଳର ଦୁଇ ଯୁବକ ମଧ୍ୟ ଲୋକାଲ କଣ୍ଟାକ୍ଟ କେସ୍ । ଶାସ୍ତ୍ରୀନଗରର ଜଣେ ମହିଳା, ଝାରପଡାର ଜଣେ ଯୁବକ ଲୋକାଲ କଣ୍ଟାକ୍ଟ । ନୟାପଲ୍ଲୀର ଜଣେ ଯୁବତୀ ଓ ସମ୍ପୃକ୍ତ ଅଞ୍ଚଳରୁ ଜଣେ ଯୁବକ ପଜିଟିଭ୍ ଚିହ୍ନଟ ।

LEAVE A REPLY

Please enter your comment!
Please enter your name here