ରାଜ୍ୟରେ କରୋନାରେ ଆଉ ୩ ଜଣଙ୍କ ଜୀବନ ଯାଇଛି । ଗଞ୍ଜାମ ଜିଲ୍ଲାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ୱରରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମରେ ଜଣେ ୬୫ ବର୍ଷ ବୟସ୍କ ପୁରୁଷଙ୍‌କ ର ମୃତ୍ୟୁ ହୋଇଛି । ସେ ମଧୁମେୟରେ ଆକ୍ରାନ୍ତ ଥିଲେ । ଆଉ ଜଣେ ଉଚ ରକ୍ତ ଚାପରେ ଆକ୍ରାନ୍ତ ହୋଇଥିଲେ । ତାଙ୍କର ବୟସ ୮୬ ବର୍ଷ । ଭୁବନେଶ୍ୱରରେ ଜଣେ ୭୨ ବଷ ବୟସ୍କଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୭କୁ ବୃଦ୍ଧି ପାଇଛି । ସେହିପରି ଆଜି ରାଜ୍ୟରେ ୨୨ ଜିଲ୍ଲାରୁ ୬୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬୧୮ ମଧ୍ୟରୁ କ୍ୱାରେଣ୍ଟିନରୁ ୪୧୧ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ୨୦୭ ରହିଛି । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ୮୯୮କୁ ବୃଦ୍ଧି । କରୋନା ସଙ୍କ୍ରମଣରୁ ସୁସ୍ଥ ହେଲେଣି ୯୮୬୪, ଆକ୍ଟିଭ୍ କେସ୍ ରହିଛି ୪୯୩୩ । ଆଜି ଗଞ୍ଜାମରୁ ସର୍ବାଧିକ ୨୮୬ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୧୦୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୬୧, ଜଗତସିଂହପୁରରୁ ୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୨୧ ଓ କଟକରୁ ୧୬ ଆକ୍ରାନ୍ତ ଚିହ୍ନଟ । ନୟାଗଡ ଓ ସୁନ୍ଦରଗଡରୁ ୧୫ ଲେଖାଏଁ , ଅନୁଗୁଳରୁ ୧୪ ଚିହ୍ନଟ ହୋଇଛନ୍ତି । ସମ୍ବଲପୁରରୁ ୧୦ ଓ କେନ୍ଦ୍ରାପଡାରୁ ୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଓ କେନ୍ଦୁଝର ଓ ପୁରୀରୁ ୫ ଲେଖାଏଁ ପଜିଟିଭ୍ ବାହାରିଛନ୍ତି । ବଲାଙ୍ଗୀର , ବୌଦ୍ଧ ଓ ଢେଙ୍କାନାଳରୁ ୨ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡା, କୋରାପୁଟ, ରାୟଗଡାରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here