ଆପେ ଆପେ ଲାଗିଯାଉଛି ନିଆଁ । ହଠାତ୍ ପୋଡି ଯାଉଛି ଆସବାବପତ୍ର । ପ୍ୟାଣ୍ଟସାର୍ଟ, ଲୁଗାପଟା, କାଗଜପତ୍ର, ଠାକୁରଙ୍କ ମୂର୍ତ୍ତି , ସବୁ ଜଳି ପୋଡି ପାଉଁଶ ହୋଇଯାଉଛି । କୋଉଠୁ ଆସୁଛି ନିଆଁ । ନିଆଁ କେମିତି ଏବଂ କାହିଁକି ଲାଗୁଛି, କେହି କିଛି ଟେର୍ ପାଉନାହାଁନ୍ତି । ଆଖି ଆଗରେ ଅଚାନକ ନିଆଁ ଲାଗିବାର ଦୃଶ୍ୟ ଦେଖିବା ପରେ ପୁରା ଭୟଭୀତ ଅବସ୍ଥାରେ ଅଛନ୍ତି ପରିବାର ଲୋକେ । ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ତିଖିରି ପଞ୍ଚାୟତର ନୂଆ ଗାଁରେ । ଗୋଟିଏ ଘରେ ତିନିଭାଇ ଦୁଷ୍ମନ୍ତ ସ୍ୱାଇଁ, ଏକାଦଶ ସ୍ୱାଇଁ ଏବଂ ପୂର୍ଣ୍ଣ ସ୍ୱାଇଁ ରୁହନ୍ତି ଗାଁର ସମସ୍ତଙ୍କ ସହ ଭଲ ସଂପର୍କ ଥିବା ସ୍ୱାଇଁଙ୍କ ପରିବାର ଏବେ ନିଆଁକୁ ନେଇ ଚିନ୍ତାରେ । ଗତ ୪ ଦିନ ହେବ ଅଦ୍ଭୁତ ନିଆଁ ସାରା ପରିବାର ଲୋକଙ୍କ ଆଖିରୁ ନିଦ ହଜେଇ ଦେଇଛି । ନିଆଁ ଡରରେ ଘର ଛାଡି ବାହାରେ ଖୋଲା ଆକାଶ ତଳେ ରହୁଛନ୍ତି ସମସ୍ତେ । ନିଆଁରେ ସବୁ ପୋଡି ଯାଉଥିବାରୁ ସରକାରୀ ସାହାଯ୍ୟକୁ ଅପେକ୍ଷା କରିଛନ୍ତି । ଅଚାନକ ଏମିତି ନିଆଁ ଲାଗିବା ଘଟଣାକୁ କେହି କେହି ଭୌତିକକାଣ୍ଡ ବୋଲି ବିଶ୍ୱାସ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here