ଅଳିଆ ଆବର୍ଜନା ମଧ୍ୟରୁ ମିଳିଲା ମଣିଷ ଖପୁରୀ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ କଳାରାହାଙ୍ଗର ଇଂଜଣା ପୋଲ ତଳେ ଥିବା ଅଳିଆ ଆବର୍ଜନା ମଧ୍ୟରୁ ମିଳିଛି ଖପୁରୀ ।
ପାଞ୍ଚଟିରୁ ଅଧିକ ମଣିଷ ଖପୁରୀ ଓ କଙ୍କାଳକୁ ମଞ୍ଚେଶ୍ୱର ପୋଲିସ ଜବତ କରିଥିବା ବେଳେ ଏତେଗୁଡିଏ ମଣିଷ ଖପୁରୀ କିଏ ଆଣି ପକାଇଛି, ତାକୁ ନେଇ ସନ୍ଦେହ ବଢିବାରେ ଲାଗିଛି । ମଞ୍ଚେଶ୍ୱର ଥାନା ପୋଲିସ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଖପୁରୀକୁ ନେଇ ନାନା କଥା ଶୁଣିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here