ରାଜ୍ୟରେ ଆଉ ୩ ଜୀବନ ନେଲା କରୋନା । ଗଞ୍ଜାମ ଜିଲ୍ଲାରୁ ୨ ଏବଂ ଗଜପତିରୁ ଜଣେ ଆଖି ବୁଜିଛନ୍ତି । ଗଞ୍ଜାମ ଜିଲ୍ଲାର ଦୁଇ ମୃତକ ପୁରୁଷ, ସେମାନଙ୍କ ବୟସ ୬୩ ଓ ୬୦ ବର୍ଷ । ଗଜପତି ଜିଲ୍ଲାର ଜଣେ ମୃତକ ୪୮ ବର୍ଷୀୟ ମହିଳା । ଗଞ୍ଜାମ ଜିଲ୍ଲାରେ ଆଜି ଦୁଇ ମୃତ୍ୟୁ ସହ ୫୨ରେ ପହଁଞ୍ଚିଛି ମୃତ୍ୟୁସଂଖ୍ୟା । ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁସଂଖ୍ୟା ୮୬କୁ ବୃଦ୍ଧି ପାଇଛି । ସେହିପରି ଆଜି ଦିନକରେ ରାଜ୍ୟର ୨୫ ଜିଲ୍ଲାରୁ ୫୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫୯୧ ମଧ୍ୟରୁ କ୍ୱାରେଣ୍ଟିନରୁ ୩୯୪, ଲୋକାଲ କେସ୍ ୧୯୭ ରହିଛି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ ହଜାର ୭୦୧ କୁ ବୃଦ୍ଧି ପାଇଛି । କରୋନାରୁ ସୁସ୍ଥ ହେଲେଣି ୧୧,୩୩୦ ଏବଂ ଆକ୍ଟିଭ୍ କେସ୍ ରହିଛି ୫୨୫୯ । ଗଞ୍ଜାମରୁ ସର୍ବାଧିକ ୧୮୨ , ଖୋର୍ଦ୍ଧାରୁ ୧୨୧, କଟକରୁ ୩୮, ବରଗଡରୁ ୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର, ମୟୂରଭଞ୍ଜ ଓ ନବରଙ୍ଗପୁରରୁ ୨୨ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମ୍ବଲପୁର-୨୦, ଯାଜପୁର-୧୯, ସୁନ୍ଦରଗଡ-୧୮, ବାଲେଶ୍ୱର-୧୩, ନୟାଗଡ-୧୧ , ଢେଙ୍କାନାଳ ଓ ବଲାଙ୍ଗିରରୁ ୯ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି । କେନ୍ଦ୍ରାପଡା, ମାଲକାନଗିରିରୁ ୮ ଲେଖାଏଁ ଆକ୍ରାନ୍ତ ଚିହ୍ନଟ । ପୁରୀ ଓ କେନ୍ଦୁଝରରୁ ୬ ଲେଖାଏଁ , ଝାରସୁଗୁଡା, ବୌଦ୍ଧରୁ ୭ ଲେଖାଏଁ, କୋରାପୁଟରୁ ୪ କରୋନା ପଜିଟିଭ୍ ବାହାରିଛନ୍ତି । ଦେବଗଡ ଓ ଭଦ୍ରକରୁ ୩ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାୟଗଡା, ଅନୁଗୁଳରୁ ଜଣେ ଲେଖାଏଁ ପଜିଟିଭ୍ ଆଜି ବାହାରିଛନ୍ତି ।

LEAVE A REPLY

Please enter your comment!
Please enter your name here