କରୋନାର କରାଳ ରୂପରେ ଏବେ ସମଗ୍ର ବିଶ୍ୱବାସୀ ଛନ୍ଦି ହୋଇଯାଇଛନ୍ତି । ଯେତିକି ମୁଣ୍ଡ ନେଉଛି ସେତିକି ପଜିଟିଭଙ୍‌କ ସଂଖା ମଧ୍ୟ ବଢାଉଛି କରୋନା । ତେବେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷରେ ପହଁଚିଛି । ଆଜି ଦେଶରେ ୩୪୯୫୬ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ ୬୮୭ଜଣଙ୍କ ମୃତ୍ୟୁ ଘଟିଛି । ସରକାରଙ୍କ ତଥ୍ୟ ଅନୁସାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୩୮୨ପହଂଚିଥିବା ବେଳେ ୨୫୬୦୨ଙ୍କ ମୃତ୍ୟୁ ଘଟିଛି । ୬.୩୫ ଲକ୍ଷ କରୋନା ଆକ୍ରାନ୍ତ ସମ୍ପୁର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି । ସବୁ ସର୍ତକତା ସହ କରୋନା ଆକ୍ରାନ୍ତକୁ ନିୟନ୍ତ୍ରଣ କରାଯାଉଛି ବୋଲି ମଧ୍ୟ ସରକାର କହୁଛନ୍ତି । ଆଜି ମହାରାଷ୍ଟ୍ରରେ ୮୬୪୧ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି । ତାମିଲନାଡ଼ୁରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୬୩୬୯ ଥିବାବେଳେ ୨୨୨୩ ଜଣଙ୍କ ମୃତ୍ୟୁ ଘଟିଛି । କର୍ଣ୍ଣାଟକରେ ୫୧୪୨୨,ଆସାମରେ ୧୯୭୫୪ ଓ ବିହାରରେ ୨୧୭୬୪ ଜଣ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବୋଚ୍ଚରେ ରହିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରଥମେ ୩୧.୨୮% ଥିଲାବେଳେ ଏପ୍ରିଲ ମାସ ବେଳକୁ ୩.୪୯% ଏବଂ ଜୁଲାଇ ବେଳକୁ ୬୩% ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି ବୋଲି ୟୁନିୟନ ହ୍ଲେଥ୍ ମିନଷ୍ଟ୍ରି ଟ୍ୱିଟ କରି ସୂଚନା ଦେଇଛନ୍ତି । ୟୁନାଇଟେଡ଼ ଷ୍ଟେଟ ରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ଥିବାବେଳେ ୧୩୮୨୦୧ ଜଣଙ୍କ ମୃତ୍ୟୁ ଘଟିଛି । ବିଶ୍ୱରେ ମୋଟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୫.୮୯ଲକ୍ଷ ରହିଛି ।

LEAVE A REPLY

Please enter your comment!
Please enter your name here