ଦର୍ଶକବନ୍ଧୁ ଏବେ ଦୁଇଟି ଖବର ଉପରେ ଅଧିକା ଫୋକସ୍ ରହିଛି । ଏହି ଦୁଇଟି ଖବର ମଧ୍ୟ ଏବେ ଟ୍ରେଣ୍ଡ କରୁଛି । ଆପଣ ସୋସିଆଲ ମିଡିଆ ଟିଭି ଏବଂ ଖବର କାଗଜରେ ମଧ୍ୟ ଦେଖୁଥିବେ । ଗୋଟିଏ ହେଉଛି ରାଜ୍ୟରେ ମାନବ ପ୍ରେମୀ ଆଦିତ୍ୟ ଦାସ ଏବଂ ଅନ୍ୟଟି ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ମଡର ମିଷ୍ଟ୍ରିଂ
ନମସ୍ମାର, ମୁଁ ଯମୁନା । ଆପଣ ଦେଖୁଛନ୍ତି ତକ୍ଷକ ଟିଭି
ଉାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଏବେ ବି ଫୋକସରେ ରହିଛନ୍ତି ପତ୍ନୀ ବିଦ୍ୟାଶ୍ରୀ । ତାଙ୍କର ଲାଏ ଡିଟେକ୍ସନ କରାଯାଇଛି । ବିଦ୍ୟାଶ୍ରୀଙ୍କ ସହ ଆଦିତ୍ୟଙ୍କ ସହଯୋଗୀଙ୍କର ମଧ୍ୟ ଲାଏ ଡିଟେକ୍ସନ କରାଯାଇଛି । ଏବଂ ବିଦ୍ୟାଶ୍ରୀ ନିଜେ କାଲି ହାଇକୋର୍ଟ ଯାଇ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି । ସେ କହିଛନ୍ତି ସମୟ ଆସୁ ସବୁ ଜଣାପଡିଯିବ । ଦିନକୁ ଦିନ ଆଦିତ୍ୟଙ୍କ ମୃତ୍ୟୁ ମାମଲା ନୂଆନୂଆ ମୋଡ ନେଉଥିବାବେଳେ ଏହା ହତ୍ୟା ନାଁ ଆତ୍ମହତ୍ୟା କିଛି ବି ସୁରାକ ପୋଲିସ ହାତରେ ଲାଗିନି । ଯାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି
ଆଉ ଅନ୍ୟପଟେ ଆମେ ଯଦି ଦେଖିବା ଦେଶରେ ଆକ୍ଟର ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲା ଏବେ ବି ସସପେନ୍ସରେ ରହିଛି । ଇଡି ତଦନ୍ତ କରୁଛି । ବିହାର ପୋଲିସ ମୁମ୍ବାଇ ପୋଲିସ ଏବଂ ସିବିଆଇ ତଦନ୍ତ ମଧ୍ୟ ଚଳାଇଛନ୍ତି । ଗତ ସପ୍ତାହେ ଧରି ଖୋଳତାଡ ଜାରି ରଖିଛି ସିବିଆଇ । ହରଡଘଣାରେ ପଡିଯାଇଛନ୍ତି ରିୟା । ଗଣମାଧ୍ୟମକୁ ଆସି ଯେତେ ପକ୍ଷ ରଖିଲେ ବି ରିୟାଙ୍କ ଉପରୁ ହଟୁନି ସନ୍ଦେହ । ସୁଶାନ୍ତଙ୍କ ପରିବାର ଏବଂ ଫ୍ୟାନଙ୍କ ଦାବି ତୁରନ୍ତ ଗିରଫ କର । ରିୟା ଚର୍କବର୍ତ୍ତୀ ବିଷ ଦେଇ ସୁଶାନ୍ତଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ସୁଶାନ୍ତଙ୍କ ବାପା କେ.କେ ସିଂ । ଏହା ଭିତରେ ଡ୍ରଗ୍ସ ମାମଲାକୁ ନେଇ ମଧ୍ୟ ଏବେ ସବୁଠି ଚର୍ଚ୍ଚା ଜୋର ଧରୁଛି । ଆଜି ଲଗାତାର ଦ୍ୱିତୀୟ ଦିନରେ ରିୟାକୁ ପୁଣି ଜେରା କରିଛି ସିବିଆଇ । ମୃତ୍ୟୁର ଖିଅ ଖୋଜିବାକୁ ଗତକାଲି ରିୟାଙ୍କୁ କରାଯାଇଥିଲା ୧୦ ଘଣ୍ଟା ଜେରା ।
ଏହି ଦୁଇ ମୃତ୍ୟୁର ରହସ୍ୟ ପଛରେ କଣ କାରଣ ରହିଛି । ପ୍ରକୃତରେ ଏହା ହତ୍ୟା ନା ଆତ୍ମହତ୍ୟା । ଏହି ଘଟଣାରେ ଏବେ ଫୋକସରେ ରହିଛନ୍ତି ପତ୍ନୀ ଏବଂ ପ୍ରେମିକା । ଘଟଣାରେ କେବେ ପଡିବ ପୂର୍ଣ୍ଣଛେଦ୍ । ସମସ୍ତଙ୍କ ନଜର ଏହି ଖବର ଉପରେ

LEAVE A REPLY

Please enter your comment!
Please enter your name here