ଏଥର ଓଡିଶାରେ ଏକ ନମ୍ବରରେ ରହିବ ବିଜେପି । ଚବିଶବର୍ଷର ବିଜେଡି ସରକାର ଲୋକସଭା ନିର୍ବାଚନରେ ପଛରେ ପଡିଯିବ । ନିର୍ବାଚନ ରଣନୀତି ବିଶାରଦ ପ୍ରଶାନ୍ତ କିଶୋର ନିର୍ବାଚନ ପୂର୍ବରୁ କରିଥିବା ଏମିତି ଆକଳନକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । କେବଳ ଓଡିଶା ନୁହେଁ, ପଶ୍ଚିମବଙ୍ଗରେ ମଧ୍ୟ ଏଥର ମଙ୍ଗ ଧରିବ ବିଜେପି । ଟିଏମସି ପଛରେ ପଡିଯିବ । ତେବେ ତେଲେଙ୍ଗାନାରେ ବିଜେପି ପ୍ରଥମ କିମ୍ବା ଦ୍ବିତୀୟ ସ୍ଥାନରେ ରହିବ । ସେହିପରି ତାମିଲନାଡୁରେ ବିଜେପି ଦୁଇ ଅଙ୍କ ଛୁଇଁବ ବୋଲି କହିଛନ୍ତି ପ୍ରଶାନ୍ତ । ନିର୍ବାଚନ ରଣନୀତି ପ୍ରସ୍ତୁତ କରିବାରେ ମାହିର ପ୍ରଶାନ୍ତ କିଶୋର ପୂର୍ବରୁ କଂଗ୍ରେସ, ଆମ୍ ଆଦମୀ ପାର୍ଟି ଓ ତୃଣମୂଳ କଂଗ୍ରେସ ପାଇଁ ବିଜେପି ବିରୋଧରେ ନିର୍ବାଚନ ରଣନୀତି ପ୍ରସ୍ତୁତ କରି ସଫଳ ହୋଇଛନ୍ତି । ବିହାରରେ ନୀତିଶ କୁମାରଙ୍କ ପାଇଁ ମଧ୍ୟ ରଣନୀତି ପ୍ରସ୍ତୁତ କରି ସେ ସଫଳ ହୋଇଛନ୍ତି । ବିରୋଧୀ କ୍ୟାଚ୍ ଧରିବାରେ ବିଫଳ ହେଲେ ବିଜେପିର ସଫଳତା ହାର ବୃଦ୍ଧି ପାଇବ ବୋଲି ବିରୋଧୀଙ୍କୁ ସତର୍କ କରାଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here