ବୁଧବାର ସକାଳେ ଜାମ୍ମୁ ଓ କାଶ୍ମୀରର କୁଲଗ୍ରାମରେ ଆତଙ୍କବାଦୀମାନେ ତାଲିମରେ ଥିବା ଜଣେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି କରି ହତ୍ୟା କରିଛନ୍ତି. ତାଙ୍କ ନାମ ଫୟାଦ ଅହମ୍ମଦ ବୋଲି ଜଣାପଡିଛି. ସୂଚନା ମୁତାବକ, ସେ କିଛିଦିନ ପାଇଁ ଛୁଟିରେ ଆସିଥିଲେ ଓ ଆଜି ସକାଳୁ ସୁରକ୍ଷାକର୍ମୀ ଜଣଙ୍କ କୁଲଗ୍ରାମର ଅବଗାମରେ ଥିବା  ମସଜିଦରେ ନମାଜ ପଢି ଫେରୁଥିଲେ. ସେହି ସମୟରେ ଆତଙ୍କବାଦୀମାନେ ତାଙ୍କ ଉପରକୁ ଗୁଳି ଚାଳନା କରିଥିଲେ. ତାଙ୍କୁ ଗୁଳି ଲାଗିବା ପରେ ସାଙ୍ଗେସାଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା. ତେବେ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ.

LEAVE A REPLY

Please enter your comment!
Please enter your name here