NEW DELHI, MAY 26 (UNI):- BJP President Amit Saha addressing a press conference in New Delhi on Tuesday. UNI PHOTO-14U

ସେପ୍ଟେମ୍ବର ୧୪ ହିନ୍ଦୀ ଦିବସ | ସମସ୍ତ ଭାରତବାସୀଙ୍କୁ ହିନ୍ଦୀ ଦିବସ ଅବସରରେ ଟୁଇଟ କରି ଶୁଭକାମନା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ ଟୁଇଟ କରି ଲେଖିଛନ୍ତି ଭାରତରେ ବିଭିନ୍ନ ପ୍ରକାରର ଭାଷା ରହିଛି | ସମସ୍ତ ଭାଷାର ଏକ ନିଦ୍ଧିଷ୍ଟ ମହତ୍ୱ ରହିଛି | କିନ୍ତୁ ସମସ୍ତ ଦେଶବାସୀଙ୍କ ପାଇଁ ଏକ ସାଧାରଣ ଭାଷା ରହିବା ଆବଶ୍ୟକ ରହିଛି ଯାହା ଦେଶର ପରିଚୟ । ଯେଉଁ ଭାଷା ସାରା ଦେଶକୁ ଏକଜୁଟ କରି ରଖିବା ସହ ସ୍ୱତନ୍ତ୍ର ପରିଚୟ ମଧ୍ୟ ଦେଇଥାଏ | ଏହାର ସୁରକ୍ଷା ଆମର ଦାଇତ୍ୱ | ସମଗ୍ର ଦେଶବାସୀ ହିନ୍ଦୀ ଭାଷାକୁ ଅଧିକରୁ ଅଧିକ କଥିତ ଭାଷାରୂପେ ବ୍ୟବହାର କରିବା ପାଇଁ ଅନୁରୋଧ କରିଛନ୍ତି | ସମସ୍ତେ ହିନ୍ଦୀ ଭାଷାର ବ୍ୟବହାର କରିବା ଜାତୀୟ ପିତା ମହାତ୍ମା ଗାନ୍ଧୀ ଓ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତଙ୍କ ଅବଦାନ ଦରକାର ବୋଲି ଟୁଇଟ କରି କହିଛନ୍ତି ଅମିତ ଶାହା |

LEAVE A REPLY

Please enter your comment!
Please enter your name here