ବାରିପଦାର ବିଜେପି ବିଧାୟକଙ୍କ ଦାଦାଗିରି ଦବଦବା ଦେଖାଇବାକୁ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ । ବିଧାୟକ ନିଜ ସମର୍ଥକଙ୍କୁ କାମ ଦେବା ପାଇଁ ଧମକ ସହ ମାଡ ମାରିଛନ୍ତି । ବାରିପଦା ଆଇଟିଡିଏ ସହକାରୀ ନିର୍ବାହି ଯନ୍ତ୍ରୀ ଗଣେଶ ଜେନାଙ୍କୁ ବିଧାୟକ ମାଡ ମାରିଥିବା ଅଭିଯୋଗ ହୋଇଛି । ଆଇଟିଡିଏ ଅଫିସର ସହକାରୀ ନିର୍ବାହି ଯନ୍ତ୍ରୀ ଗଣପତି ଜେନାଙ୍କ ଅଭିଯୋଗ ଅନୁଯାୟୀ ବିଧାୟକ ପ୍ରକାଶ ସୋରେନ ଗୁରୁବାର ସକାଳୁ ଫୋନ କରି ତାଙ୍କୁ ଡକାଇଥଲେ । ହେଲେ ସେ ଫିଲ୍ଡ କାମରେ ଥିବା ଯୋଗୁଁ ବିଧାୟକଙ୍କୁ ଦେଖା କରିପାରିନଥିଲେ । ସନ୍ଧ୍ୟାରେ କାମରୁ ଫେରିବା ପରେ ବିଧାୟକଙ୍କୁ ଦେଖା କରିବାକୁ ବାରିପଦା ସର୍କିଟ ହାଉସକୁ ଆସିଥିଲେ । ସେଠାରେ ଉଭୟଙ୍କ ଆଲୋଚନା ସମୟରେ ବିଭାଗୀୟ ବିଲ୍ ପେମେଣ୍ଟ ଏବଂ ନିଜ ସମର୍ଥକଙ୍କୁ ଠିକା କାମ ଦେବାକୁ ଧମକ ଦେବା ସହ ନିର୍ବାହୀ ଯନ୍ତ୍ରୀକୁ ମାଡ ମାରିଥିଲେ ବିଧାୟକ ପ୍ରକାଶ ସୋରେନ୍ । ବିଧାୟକଙ୍କ ସହିତ ତାଙ୍କର ତିନି ସମର୍ଥକ ନିର୍ଧୁମ ମାଡ ମାରି ତାଙ୍କ ଗୋଡ ଭାଙ୍ଗିଦେଇଥିବା ଅଭିଯୋଗ ଆଣିଛନ୍ତି ଗଣପତି ଜେନା । ଗୋଡ ଏବଂ ଛାତିରେ ଗଭୀର ଆଘାତ ଲାଗି ଥିବାରୁ ବାରିପଦା ସ୍ଥିିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ ଗଣପତି ଜେନା ।
ତେବେ ଏହି ଘଟଣାକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ବିଧାୟକ ପ୍ରକାଶ ସୋରେନ । ସେ କେବଳ ତାଙ୍କୁ ଗାଳି ଗୁଲଜ କରିଛନ୍ତି ମାଡ ମାରିନାହାଁନ୍ତି ବୋଲି ସଫେଇ ଦେଇଛନ୍ତି ବିଧାୟକ ।

LEAVE A REPLY

Please enter your comment!
Please enter your name here