ପୂର୍ବ ଲଦାଖରେ ଚୀନ ସେନା ଗୁଳିମାଡ ନେଇ ଭାରତୀୟ ସେନାର ବୟାନ । ଆମ ପକ୍ଷରୁ ପ୍ରଥମେ ଗୁଳିମାଡ ହୋଇନଥିଲା । ସୀମାରେ ଚୀନର ପିଏଲଏ ଟ୍ରୁପସ ଗୁଳିମାଡ କରିଛି ବୋଲି କହିଲା ଭାରତୀୟ ସେନା । ଚୀନ ସେନାକୁ ଭୟଭୀତ କରିବା ପାଇଁ ଆମେ ବି ତତକ୍ଷଣାତ ସଜାଗ ଥିଲୁ । ଚୀନ ବାରମ୍ବାର ସୁରକ୍ଷା ସମ୍ପର୍କିତ ଚୁକ୍ତି ଉଲ୍ଲଘଂନ କରିଆସୁଛି । ସେପ୍ଟେମ୍ବର ୭ରେ ଚୀନ ସେନା ଭାରତ ପୋଷ୍ଟମୁହାଁ ହୋଇଥିଲେ । ଆମେ ରୋକିବାକୁ ଚୀନ ସେନା ଏକାଧିକ ରାଉଣ୍ଡ ବ୍ଲାଙ୍କ୍ ଫାୟାରିଂ କରିଥିଲେ । ଆମ ସେନା କୌଣସି ଗୁଳିମାଡ କରିନାହାଁନ୍ତି । ସଂଯମତା ରକ୍ଷା କରିଛନ୍ତି । ତେବେ ଏଲଏସିରେ କୌଣସି ଉତ୍ତେଜନାପୂର୍ଣ୍ଣ ସ୍ଥିତି ନଥିବା ସ୍ପଷ୍ଟ କଲା ସେନା । ସୀମାରେ ଶାନ୍ତି ବଜାୟ ରଖିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ଏଲଏସିରେ ଶାନ୍ତି ଫେରୁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେଉ ।

LEAVE A REPLY

Please enter your comment!
Please enter your name here