ଜର୍ମାନୀ ଯିବେ ପ୍ରୀତିପ୍ରଭା । ଏ ହେଉଛନ୍ତି ରାୟଗଡା ସହର ରାଣୀଗୁଡା ଅଞ୍ଚଳର ପ୍ରୀତିପ୍ରଭା । ନାଇଜରର ଜଣେ ମେଧାବୀ ଛାତ୍ରୀ ଭାବେ ସେ ସର୍ବଭାରତୀୟ ସ୍ତରରେ ଏକମାତ୍ର ଛାତ୍ରୀ ଭାବେ ଜର୍ମାନରେ ସାକ୍ଷାତକାର ଦେଇ ଥିଲେ । ଜଣେ ଯୁବ ବିଜ୍ଞାନୀ ଭାବେ ଉଦ୍ଭିଦ ବିଜ୍ଞାନରେ ମାଇକ୍ରୋବାୟୋଲଜି ଅଧ୍ୟୟନ କରିବା ପାଇଁ ସମଗ୍ର ବିଶ୍ବରୁ ମନୋନୀତ ୧୪ ଜଣ ଛାତ୍ରୀଙ୍କ ଭିତରୁ ପ୍ରୀତିପ୍ରଭା ଅନ୍ୟତମ । ସେଠାରେ ସେ ଉଦ୍ଭିଦର ଉତ୍ପାଦନ କ୍ଷମତା ବୃଦ୍ଧି ନେଇ ପ୍ରୟୋଗ କରାଯାଉଥିବା ନାଇଟ୍ରୋଜେନ ସାରକୁ କିଭଳି ବନ୍ଦ କରାଯାଇପାରିବ, ସେ ସଂପର୍କରେ ଗବେଷଣା କରିବେ । ଏହାଫଳରେ ନାଇଟ୍ରୋଜେନ ବ୍ୟବହାର ଜନିତ ହେଉଥିବା ପ୍ରଦ୍ୟୁଷଣ ବନ୍ଦ ହେବା ସହିତ ସମାଜ ପାଇଁ ହେଉଥିବା ରାସାୟନିକ କ୍ଷତି ମଧ୍ୟ ବନ୍ଦ ହୋଇଯିବ । ତେବେ ସମଗ୍ର ବିଶ୍ୱରେ ଝିଅର ସଫଳତା ନେଇ ଖୁସି ଜାହିର କରିବା ସହିତ ତାଙ୍କର ନିଷ୍ଠା ଓ ଅଧ୍ୟବସାୟ ଉପରେ ଆସ୍ଥା ପ୍ରକଟ କରିଛନ୍ତି ତାଙ୍କ ବାପା ମା ।

LEAVE A REPLY

Please enter your comment!
Please enter your name here