ଆରପାରିକୁ ଚାଲିଗଲେ ଆକାଶବାଣୀ ଶିଶୁସଂସାରର ବଡଭାଇ ଭାବେ ପରିଚିତ ନଦୀୟା ବିହାରୀ ମହାନ୍ତି I ଆକାଶବାଣୀର ଘୋଷକ, ଉପସ୍ଥାପକ ଓ ଶିଶୁ ସାହିତ୍ୟିକ ଭାବେ ସୁପରିଚିତ ନଦୀୟା ବିହାରୀ ମହାନ୍ତି ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଥିବା ବେଳେ ପରଲୋକ ହୋଇଛି I ମୃତ୍ୟୁବେଳକୁ ତାଙ୍କୁ 90 ବର୍ଷ ବୟସ ହୋଇଥିଲା I କୋଭିଡ ପଜିଟିଭ ବାହାରିବା ପରେ ତାଙ୍କୁ ଚିକିତ୍ସା କରାଯାଉଥିଲା I ଶିଶୁ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ 2013 ରେ ସାହିତ୍ୟ ଏକାଡେମୀ ବାଳ ସାହିତ୍ୟ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା I

LEAVE A REPLY

Please enter your comment!
Please enter your name here