ଆଜି ରାଜ୍ୟରେ କରୋନା ନେଇଛି ଆଉ ୮ ଜୀବନ । କଟକ ଜିଲ୍ଲାରୁ ସର୍ବାଧିକ ୩ ଆକ୍ରାନ୍ତ ଆଖି ବୁଜିଛନ୍ତି । ବୌଦ୍ଧ , କନ୍ଧମାଳ, ରାୟଗଡା, ସମ୍ବଲପୁର, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୬୪୫କୁ ବୃଦ୍ଧି ପାଇଛି ।
ଯେଉଁଭଳି ଭାବେ ମୃତ୍ୟୁସଂଖ୍ୟା ବଢୁଛି ପଜିଟିଭ୍ ସଂଖ୍ୟା ମଧ୍ୟ ସେତିକି ବଢିବାରେ ଲାଗିଛି । ଆଜି ରାଜ୍ୟର ସମସ୍ତ ୩୦ ଜିଲ୍ଲାରୁ ଆଜି ୩୬୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୬୪୫ ପଜିଟିଭ୍ ମଧ୍ୟରୁ ୨୧୫୧ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୪୯୪ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ-୩୫୭, ଷ୍ଟେଟ୍ ପୁଲ-୩୪୪, ପୁରୀ-୨୪୬, ବରଗଡ-୧୫୭, ବାଲେଶ୍ୱର-୧୫୬, ଭଦ୍ରକ-୧୪୩, ମୟୂରଭଞ୍ଜ-୧୩୭, ସମ୍ବଲପୁର-୧୨୭, ଯାଜପୁର-୧୧୬, ସୁବର୍ଣ୍ଣପୁର-୧୯୯, କନ୍ଧମାଳ, ଜଗତସିଂହପୁର ଓ କୋରାପୁଟରୁ ୯୫ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ଝାରସୁଗୁଡା-୯୧, ନବରଙ୍ଗପୁର ଓ ନୂଆପଡାରୁ ୯୦ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ-୮୪, କଳାହାଣ୍ଡି-୭୯ ଓ ରାୟଗଡାରୁ ୭୯ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦ୍ରାପଡା-୭୫, ଢେଙ୍କାନାଳ-୬୮, କେନ୍ଦୁଝର-୫୬, ଗଞ୍ଜାମ-୪୬, ଅନୁଗୁଳ ଓ ବଲାଙ୍ଗୀରରୁ ୩୯, ନୟାଗଡ-୩୮, ମାଲକାନଗିରି-୩୩, ବୌଦ୍ଧ-୩୦, ଦେବଗଡ-୧୫, ଗଜପତିରୁ ୯ କରୋନା ଆକ୍ରାନ୍ତ ଚିହ୍ନଟ । ଏଡାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୮ ହଜାର ୬୫୦କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here