ସାମାନ୍ୟ ବଚସାରୁ ଯୁବକଙ୍କୁ ହତ୍ୟା । ଟେଣ୍ଟ ହାଉସ୍ ମାଲିକଙ୍କୁ ପିଟିପିଟି ହତ୍ୟା କଲେ ଡିଜେ ମାଲିକ । ଏଭଳି କିଛି ଘଟଣା ଘଟିଛି ପୁରୀ ଗୋପ୍ ଥାନା ବାଲି କନ୍ଦଳ ଗାଁରେ । ଗତକାଲି ରାତିରେ ଗୋପ ଥାନା ବାଲିକନ୍ଦଳ ଗାଁରେ ବାହାଘର ପ୍ରସେସନବେଳେ କନ୍ୟା ପକ୍ଷର ଟେଣ୍ଟ ହାଉସ୍ ମାଲିକଙ୍କ ସହିତ ଡିଜେ ମାଲିକଙ୍କର ପାଟିତୁଣ୍ଡ ହୋଇଥିଲା । ଟେଣ୍ଟ କପଡା ଚିରିଯିବା ପରେ ଏହାକୁ ନେଇ ଦୁଇ ଜଣଙ୍କ ଭିତରେ ଝଗଡା ହୋଇଥିଲା । ତେବେ ଏହି ଘଟଣାକୁ ନେଇ ଡିଜେ ମାଲିକ ଟେଣ୍ଟ ମାଲିକ ଓତାଙ୍କର କିଛି କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ଏଥିରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ କୋଣାର୍କ-ଭୁବନେଶ୍ୱର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here