ଦିନକ ତଳେ ବରିଷ୍ଠ ଦଇତାପତି ପ୍ରେମାନନ୍ଦ ଦାସ ମହାପାତ୍ରଙ୍କର ମୃତ୍ୟୁ ହୋଇଥିଲା । ଆଉ ଆଜି ଆଖି ବୁଜିଛନ୍ତି ପ୍ରେମାନନ୍ଦଙ୍କ ପତ୍ନୀ ବିନୋଦିନୀ ଦାସ । ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି । ପରିବାର ଲୋକଙ୍କ ସୁଚନା ଅନୁଯାଇ ବିନୋଦିନୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଚିକତ୍ସିତ ହେଉଥିଲେ ।
ଋବିବାର ପ୍ରେମାନନ୍ଦଙ୍କ ମୃତ୍ୟୁ ଖବର ପାଇବା ପରେ ବିନୋଦିନୀ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ । ଦୁଇଦିନ ହେବ ସେ ଠିକ୍ ସେ ଖାଉନଥିଲେ । ମାତ୍ର ଦୁଇଦିନ ଭିତରେ ପରିବାରର ଦୁଇଜଣ ବୟୋଜ୍ୟେଷ୍ଟ ସଦସ୍ୟଙ୍କୁ ହରାଇବା ପରେ ପରିବାର ଲୋକ ମର୍ମାହତ ହୋଇପଡିଛନ୍ତି । ତେବେ ଏଠାରେ ଆମେ କହି ରଖୁଛୁ ବର୍ତ୍ତମାନ ୪୦୦ରୁ ଉର୍ଦ୍ଧ୍ୱ ଶ୍ରୀମନ୍ଦିର ସେବାୟତ କରୋନାରେ ସଙ୍କ୍ରମିତ ହୋଇ କ୍ୱାରେଣ୍ଟାଇନରେ ଅଛନ୍ତି । ଏବଂ ୯ ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।

LEAVE A REPLY

Please enter your comment!
Please enter your name here